ହଜିଗଲା ମାନବିକତା : ଶ୍ମଶାନ ଜମିକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ, ୧୦ଘଣ୍ଟା ହେଲା ପଡିରହିଛି ମୃତଦେହ

Published By : Prameya-News7 Bureau | November 21, 2020 IST

ନୟାଗଡ଼ ୨୧।୧୧: ହଜିଗଲା ମାନବିକତା । ଦାହ ହୋଇନପାରି ରାସ୍ତାକଡରେ ପଡିରହିଛି ମୃତଦେହ । ପ୍ରାୟ ୧୦ଘଣ୍ଟା ହେଲା ପଡିରହିଛି ମୃତଦେହ । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଭାଲିଆଡିହି ଗାଁର ଘଟଣାରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଶ୍ମଶାନ ଜମି ବିବାଦକୁ କେନ୍ଦ୍ର କରି ଗାଁର ପାଇକସାହି ଏବଂ ଉପରସାହି ମଧ୍ୟରେ  ଦୀର୍ଘ ଦିନ ହେଲା ବିବାଦ ଲାଗିରହିଛି । ଗତକାଲି ସଂଧ୍ୟା ସମୟରେ ଉପରସାହିର ୭୦ବର୍ଷୀୟ ବୃଦ୍ଧ ନାଥ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକ ମୃତଦେହକୁ ଦାହ କରିବାକୁ ନେବା ସମୟରେ ଅପରଗୋଷ୍ଠି ଏହାକୁ ବିରୋଧ କରିଥିଲେ ।

ଯାହାଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଶବଦାହ ହୋଇପାରିନାହିଁ । ଗତକାଲି ରାତିରୁ ମୃତଦେହ ରାସ୍ତା କଡରେ ପଡିରହିଛି । ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୂ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆଗକୁ ଦେଖିବାକୁ ରହିଲା ବିବାଦର ସମାଧାନ ହେବ ନା ଏପରି ଭାବେ ଶବ ପଡିରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.