ଧର୍ମାନ୍ତରୀକରଣକୁ ବିରୋଧ କରି ଗାଁରେ ଉତ୍ତେଜନା, ଦମ୍ପତ୍ତି ଅଟକ

Published By : Prameya-News7 Bureau | October 05, 2020 IST

ପାଟଣା ୦୫।୧୦: ଆଧୁନିକ ସମାଜରେ ବି ଚାଲିଛି ଧର୍ମାନ୍ତରୀକରଣ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡ଼ା ବ୍ଲକରେ ଦିନକୁ ଦିନ ବଢିବାରେ ଲାଗିଛି ଧର୍ମାନ୍ତରୀକରଣ ମାମଲା । ଯାହାକୁ ନେଇ ରବିବାର ସାହାରପଡା ବ୍ଳକ କୁଣ୍ଡଳା ଗ୍ରାମପଞ୍ଚାୟତ ଜୟପୁର ଗାଁରେ ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରଚାରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ ସାହାର ପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗାଁର ଧର୍ମ ପ୍ରଚାର କରୁଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଧର୍ମ ପ୍ରଚାର କରୁଥିବା ସ୍ବାମୀ ଓ ସ୍ତ୍ରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ  । ଉଭୟ ଦମ୍ପତି ଗାଁର ଏକ ନିର୍ଦ୍ଦିଷ୍ଟ ଧର୍ମ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଧର୍ମ ପ୍ରଚାରର  ଖବର ପାଇ ଘଟଣା ସ୍ଥଳରେ ଜିଲ୍ଲା ଅନ୍ୟ ଏକ ଧର୍ମର ସଂଗଠନର ସଦସ୍ୟ ପହଞ୍ଚି ପାଟଣା ଥାନାକୁ ଖବର ଜଣାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପାଟଣା ଥାନା ଅଧିକାରୀ ସୋମନାଥ ଜେନା,  ଏସଆଇ ଅରୁପ କୁମାର ସାମଲ ପହଁଚି ବେଆଇନ ଧର୍ମ ପ୍ରଚାର କରୁଥିବା ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଆଣି ତଦନ୍ତ ଜାରି ରଖିଛନ୍ତି ।

ଧର୍ମ ପ୍ରଚାରକ ଦମ୍ପତି ହେଉଛନ୍ତି ଆନନ୍ଦପୁର ଥାନା ସାନକୁସୁପଦା ଗାଁର ବୋଲି ଜଣାପଡିଛି । ସେମାନଙ୍କ ଠାରୁ କିଛି ପ୍ରଚାର ପତ୍ର ମଧ୍ୟ ଜବତ କରାଯିବା ସହିତ ଧର୍ମ ପ୍ରଚାରକ ବହିକୁ ପୋଲିସ ଜବତ କରିଛି। ଦିନକୁ ଦିନ ଆଦିବାସୀ ଅଧୁସିତ କେନ୍ଦୁଝର ଜିଲ୍ଲାରେ ବେଆଇନ ଧର୍ମାନ୍ତରୀକରଣ ବୃଦ୍ଧି ପାଉଥିବାରୁ ଅନେକ ସମୟରେ ଉତେଜନା ଦେଖାଦେଉଥିବା ବେଳେ ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ନଦେଲେ ଆଗାମୀ ଦିନରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟିହେବାର ତ୍ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.