ଅଭିଯୁକ୍ତକୁ ଧରିବାକୁ ଆସି ପୋଲିସ ନାକେଦମ , ଗ୍ରାମବାସୀଙ୍କ ଧାରଣା : ସୁରକ୍ଷା ଦୃଷ୍ଟିରୁ ଅଧିକ ଫୋର୍ସ ମଗାଇଲା ପୋଲିସ

Published By : Prameya-News7 Bureau | August 12, 2020 IST

ନୀଳଗିରି ୧୨।୦୮: ଅଭିଯୁକ୍ତ ପାଇଁ ପୋଲିସ ହଟହଟା । ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଆସିଥିବା ବେଳେ ପୋଲିସକୁ ନାକେଦମ ହେବାକୁ ପଡିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ।

{"id":313319,"width":576,"height":379,"sizeSlug":"large"}

ବାରମ୍ବାର ଗଣ୍ଡଗୋଳ କରୁଥିବା ଜଣେ ଯୁବକକୁ ନେଇ ଗ୍ରାମବାସୀ ଅତିଷ୍ଠ ହୋଇପଡିଛନ୍ତି । ଏହାର ପ୍ରତିବାଦ କରି ଶତାଧିକ ମହିଳା ସମେତ ଗ୍ରାମବାସୀ ଯୁବକଙ୍କ ବିରୁଦ୍ଧରେ ତେଜିଛନ୍ତି । ଯୁବକଙ୍କ ଘର ଚାରିପଟେ ଘେରିରହିଛନ୍ତି । ଘଟଣା ନେଇ ଗାଁରେ ପୋଲିସ ଛାଉଣୀ ହୋଇଛନ୍ତି । ନୀଳଗିରି ଥାନା ଅଧିନ ନିଚନ୍ଦପୁର ଅଞ୍ଚଳର ବିଶ୍ଵଜିତ ଦଳେଇ ଓରଫ ରାଜା ସେହି ଅଞ୍ଚଳର ଭରତ ଚନ୍ଦ୍ର ପାତ୍ର ନାମକ ବ୍ୟକ୍ତିଙ୍କୁ ରାତିରେ ମାଡ଼ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ପାଟିତୁଣ୍ଡ ଶୁଣି ଗ୍ରାମବାସୀ ମାନେ ଦୌଡ଼ି ଆସିଥିଲେ । ଏପରିକି ଯୁବକ ଜଣଙ୍କ କିଛି ଦିନ ଆଗରୁ ଜଣେ ମହିଳାଙ୍କୁ ତାଙ୍କ ଦୋକାନରେ ଗାଳିଗୁଲଜ କରିବା ସହ ମାଡ଼ ମାରିବା, ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣିବା ଭଳି ଘଟଣା ଘଟାଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଆକ୍ରମଣକୁ ବିରୋଧ କରି ରାଜାକୁ ମାଡ଼ ମାରିବାକୁ ଗ୍ରାମବାସୀ ଗୋଡାଇଥିଲେ । ରାଜା ଭୟରେ ତାଙ୍କ ଘରକୁ ଦୌଡ଼ି ପଳାଇଯାଇଥିଲେ ।

{"id":313320,"sizeSlug":"large"}

ଉତ୍ୟକ୍ତ ଗ୍ରାମବାସୀ ତାଙ୍କ ଘରକୁ ଘେରାଉ କରି ରଖିଥିଲେ । ତେବେ ଘଟଣା ସ୍ଥଳକୁ ନୀଳଗିରି ପୋଲିସ ଯାଇ ଗ୍ରାମବାସୀଙ୍କୁ ବୁଝାଇଥିଲେ ବି କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ । ରାଜାକୁ ପୋଲିସ ନେବାକୁ ଉଦ୍ୟମ କରିବାରୁ ଗ୍ରାମବାସୀ ତାକୁ ନେବାକୁ ଦେଇନଥିଲେ । ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ । ତେବେ ସାମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଅଧିକ ପୋଲିସ ଫୋର୍ସ ମଗାଯାଇଥିବା ଜଣାପଡିଛି । ତେବେ ରାତିସାରା ଲୋକେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଜି ସକାଳୁ ମଧ୍ୟ ରାସ୍ତା ଉପରେ ବସି ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.