ଚଇତି ପର୍ବରେ ମସଗୁଲ୍ ଜନତା ପୋଲିସକୁ ପିଟିଲେ , ଗାଡି ଭାଙ୍ଗିଦେଲେ, ଏଏସଆଇ-ହାବିଲଦାର-କନେଷ୍ଟବଳ ଆହତ

Published By : Prameya-News7 Bureau | May 02, 2021 IST

ଉଦଳା ୦୨।୦୫: କୋଭିଡ ନିୟମ ଉଲ୍ଲଂଘନ କରି ଚାଲିଥିଲା ଚଇତି ପର୍ବ । ଏହାକୁ  ବନ୍ଦ କରିବାକୁ ଯିବା ପୋଲିସ୍‌ ଟିମ୍‌କୁ ଆକ୍ରମଣ ।  ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେବା ସହିତ ପୋଲିସ୍‌ ଗାଡି ଭଙ୍ଗାରୁଜା କରିଛନ୍ତି ଲୋକେ । ମୟୁରଭଞ୍ଜ ଜିଲ୍ଲା ଉଦଳା ଶରତ ଥାନା ଦେଵାନବାହାଳି ଗ୍ରାମରେ ଘଟିଛି ଘଟଣା। 

{"id":447290,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଶରତ ଥାନା ଦେଵାନବାହାଳି ଗ୍ରାମରେ ଚଇତି ପର୍ବ ପାଳନ ହେଉଥିବା ବେଳେ କୋଭିଡ ନିୟମକୁ ଉଲ୍ଲଂଘନ କରି ହଜାର ହଜାର ଲୋକ ଏକଜୁଟ୍‌ ହୋଇଥିବାର ଖବର ପାଇଥିଲା ପୋଲିସ୍‌ । ଖବର ପାଇବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଂଚିଥିଲା ପୋଲିସ । ହେଲେ ପୋଲିସ୍‌ ଗାଡିକୁ ଦେଖି ତାତିଥିଲେ ଲୋକେ । ଏହା ପରେ ଯିଏ ଯେପରି ପାରିଲା,  ପୋଲିସ୍‌ ଉପରକୁ ଆକ୍ରମଣ କରିବାକୁ ଲାଗିପଡିଲେ । କିଏ ପୋଲିସ୍‌ ଗାଡି ଉପରେ ଚଢି ଗାଡି ଭଙ୍ଗାରୁଜା କରୁଛି ତ କିଏ ଗାଡିର କାଚ ଭାଙ୍ଗିବାରେ ଲାଗିଥିଲା । ଏହା ସହିତ ପୋଲିସ୍‌କୁ ମଧ୍ୟ ଆକ୍ରମଣ କରାଯାଇଥିଲା ।

{"id":447289,"sizeSlug":"large","linkDestination":"none"}

ପାଞ୍ଚ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇ ପୋଲିସ୍‌ ଉପରକୁ ଆକ୍ରମଣ କରିଥିବା ବେଳେ ପୋଲିସ୍‌ ଗାଡିକୁ ଭାଙ୍ଗି ଚୁରମାର କରିଥିଲେ । ଘଟଣାସ୍ଥଳକୁ ଯାଇଥିବା ପୋଲିସ୍‌ କର୍ମଚାରୀମାନେ ନିଜ ଜୀବନ ବଂଚାଇ ଘଟଣାସ୍ଥଳରୁ ଖସି ଆସିଥିଲେ । ଏହି ଆକ୍ରମଣରେ ଶରତ ଥାନାର ଏଏସଆଇ ବିଶ୍ବଜିତ୍‌ ଦାସମହାପାତ୍ର ଗୁରୁତର ହୋଇଥିବା ବେଳେ ଜଣେ ହୋମଗାର୍ଡ ଏବଂ ଜଣେ କନେଷ୍ଟବଳ ଆହତ ହୋଇଛି । ଗୁରୁତର ଏଏସଆଇ ଚିକିତ୍ସା ନିମେ ଉଦଳା ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.