ଗେଟ୍‌ରେ ତାଲା ପକାଇବାକୁ ନେଇ ମାର୍‌ପିଟ୍‌, ଥାନାର ଦ୍ୱାରସ୍ଥ ହେଲେ ୨ପରିବାର

Published By : Prameya-News7 Bureau | May 30, 2021 IST

ସୋର ୩୦।୦୫: ସାମାନ୍ୟ କଥାକୁ ନେଇ ତୁମୁଳକାଣ୍ଡ । ଗେଟ୍‌ରେ ତାଲା ପକାଇବାକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ସୋର ଶାନ୍ତପଡ଼ା ଗାଁର ଘଟଣା ବୋଲି ସନ୍ଦେହ କରାଯାଉଛି ।

ଖବର ଅନୁଯାୟୀ,  ଶାନ୍ତପଡା ଗାଁର ମିନତୀ ବେହେରା ଓ ଚକ୍ରଧର ବେହେରାଙ୍କ ପରିବାର ଗୋଟିଏ ଗେଟ ଦେଇ ଚଳାଚଳ କରିଥାନ୍ତି । ତେବେ ଏକ ସାମାନ୍ୟ ଘଟଣାକୁ ନେଇ ଚକ୍ରଧର ଗେଟରେ ତାଲା ପକାଇବାରୁ ଉଭୟ ପରିବାରଙ୍କ ମଧ୍ୟରେ ମାରପିଟ ଲାଗିଥିଲେ । ସେହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.