ଡାକ୍ତର ରୋଗୀ ନଦେଖି ଫାର୍ମାସିଷ୍ଟ ଦେଖିଲେ ରୋଗୀ, ସୋର ମେଡିକାଲରେ ତାଲା ପକାଇ ଧାରଣାରେ ବସିଲେ ଲୋକ

Published By : Prameya-News7 Bureau | November 22, 2019 IST

ସୋର ୨୨।୧୧: ବାଲେଶ୍ବର ଜିଲ୍ଲା ସୋର ମେଡିକାଲ ସମ୍ମୁଖରେ ସାଧାରଣ ଲୋକମାନଙ୍କ ସହିତ ସୋର ବିଜେପି ପକ୍ଷରୁ ମେଡିକାଲରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । କିଛି ଦିନ ଧରି ସୋର ମେଡିକାଲରେ ଡାକ୍ତର ରୋଗୀ ନଦେଖି ଫାର୍ମାସିଷ୍ଟ ରୋଗୀ ଦେଖିଥିବାକୁ ନେଇ ଉତ୍ତେଜନା ଲାଗିଥିଲା ।

{"id":188252,"sizeSlug":"large"}

ସୋର ମେଡିକାଲରେ ୯ଜଣ ଡାକ୍ତର ରହିବା ସ୍ଥାନରେ ୨ ଜଣ ଡାକ୍ତର ଅଛନ୍ତି । ସେମାନେ ପୁଣି ଛୁଟିରେ ଅଛନ୍ତ । ଏଥିଲେ ବାରମ୍ବାର ଅଭିଯୋଗ ପର କୌଣସି ସୁଫଳ ମିଳୁନଥିବାରୁ ଆଜି ମେଡାକାଲରେ ଫାଟକରେ ତାଲା ପକାଇବା ସହିତ ଧାରଣା ବସିଥିବା ଦେଖିବାକୁ ମିଳିଛି । ଯାହା ଫଳର ରୋଗୀସେବା ବାଧାପ୍ରାପ୍ତ ଘଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.