ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
3/12/2020 at 8:00 AM

ସୋର ୦୩।୧୨ : ଘରେ ପଶିଲେ ଦୁର୍ବୃତ୍ତ, ବାପ ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବରୀ ନୂଆପଲ୍ଲୀ ଗାଁର ମଧୁସୂଦନ ବେହେରାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ୫ଜଣ ଦୁର୍ବୁତ୍ତ ବାଇକରେ ଆସି ଘରେ ପଶି ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।
ଖବର ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୦ଟା ସମୟରେ ବାଇକ୍ ରେ ୫ରୁ ଅଧିକ ଯୁବକ ଆସି ମଧୁସୂଦନ ବେହେରା, ପୁଅ ଗୋପାଳ କୃଷ୍ଣ ବେହେରାଙ୍କ ସମେତ ଘରେ ଥିବା ଅନ୍ୟମାନଙ୍କୁ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ବାପ ଏବଂ ପୁଅଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଜଣାପଡିନାହିଁ।
Related Posts
ବୋଲେରୋ ଧକ୍କାରେ ଜଣେ ମୃତ
25 January 2021
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021