ଝୋଟ ମିଲ୍‌ରୁ ଚୋରିକୁ ନେଇ ଉତ୍ତେଜନା, ୪ ଆହତ

Published By : Prameya-News7 Bureau | November 17, 2020 IST

ଜଳେଶ୍ୱର ୧୭।୧୧: ରୁପ୍‌ସା ଝୋଟ କଳରେ ସୁତୁଲି ଦଉଡି ଚୋରୀକୁ କେନ୍ଦ୍ରକରି ଉତ୍ତେଜନା ଓ ସଂଘର୍ଷ ଦେଖାଦେଇଛି । ଘଟଣାରେ ୪ଜଣ ଆହତ ହୋଇଛନ୍ତି । ଏହାକୁ ପ୍ରତିବାଦ କରି ୨ଶହରୁ ଅଧିକ ଶ୍ରମିକ ଧାରଣାରେ ବସିଛନ୍ତି ।

{"id":363067,"sizeSlug":"large"}

ଖବର ଅନୁଯାୟୀ, ରୁପ୍‌ସା ଅଞ୍ଚଳରେ ଥିବା ଝୋଟ୍‌ ମିଲ୍ ଚାଲୁରହିଛି । ଏଥିରେ ପ୍ରତ୍ୟେକ ଦିନ ୫ଶହରୁ ଅଧିକ ଶ୍ରମିକ କାମ କରିଥାନ୍କି । ତେବେ ଦୀପାବଳି ଦିନ ରାତିରେ ଉକ୍ତ ଝୋଟ ମିଲର ଶ୍ରମିକମାନଙ୍କୁ ମଧ୍ୟରୁ କିଛି ଉଚ୍ଚପଦସ୍ଥ ଅଧିକାରୀମାନେ ମିଲ୍‌ର ଜଗୁଆଳୀଙ୍କୁ ହାତ କରି ୨ କ୍ୱିଣ୍ଟାଲ୍‌ରୁ ଅଧିକ ସୁତୁଲି ଚୋରି କରିଥିବା ଅଭିଯୋଗ ଆସିଛି । ଅନ୍ୟ ଶ୍ରମିକମାନେ ଏହା ଜାଣିବାକୁ ପାଇଁ ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଏବଂ ଚାରିଜଣ ଆହତ ହୋଇଛନ୍ତି । ରୁପ୍‌ସା ପୋଲିସ ଘଟଣାସ୍ଥଳର ପହଞ୍ଚି ଆଲୋଚନା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.