ରୋଗୀ ମୃତ୍ୟୁକୁ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

Published By : Prameya-News7 Bureau | October 03, 2019 IST

ରାୟଗଡା ୩।୧୦: ରୋଗୀଙ୍କ ମୃତ୍ୟୁକୁ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ମୃତକ ଜଣଙ୍କ ହେଲେ ରଶ୍ମିରଞ୍ଜନ ଖଟୁଆ । ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକ । ମୃତକ ଜଣଙ୍କ ଜଣେ ଓକିଲଙ୍କ ଭାଇ ହୋଇଥିବା ଜଣାପଡିଛି।

{"id":165733}

ଫଳରେ ଓକିଲ ସଂଘର ସଦସ୍ୟମାନେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଟିତୁଣ୍ଡ କରିଥିଲେ। କେଉଁ କାରଣରୁ ରୋଗୀଙ୍କ ମୃତ୍ୟୁ ହେଲା ତାହାର ସ୍ପଷ୍ଟୀକରଣ ମାଗିଥିଲେ । ଫଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.