ରାଜଗାଙ୍ଗପୁର ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା ; ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର ଏବଂ ସ୍ଥାନୀୟଲୋକ
6/12/2018 at 11:26 AM

ସୁନ୍ଦରଗଡ ୦୬|୧୨: ରାଜଗାଙ୍ଗପୁର ଥାନା ହାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି । କୌଣସି ଅପ୍ରିତୀକର ପରିସ୍ଥିତିକୁ ଏଡାଇବାକୁ ରାଜଗାଙ୍ଗପୁର ଥାନା ସହ ସହରର ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସୁନ୍ଦଗରଗଡ଼ ଏସପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ବାଡ଼େଇ ବାଡ଼େଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତକ ରାଇଗୋଛା ଗାଁର ଜୟ ଲାକ୍ରା । ଏସବିଆଇ ସହାୟତା କେନ୍ଦ୍ରର ସେ ଏଜେଣ୍ଟ ଥିଲେ । ଗ୍ରାହକଙ୍କ ଡିପୋଜିଟ ଟଙ୍କା ଆତ୍ମସାତ ଅଭିଯୋଗରେ ପୋଲିସ ତାଙ୍କୁ ଗତ ୨ ତାରିଖରୁ ଅଟକ ରଖିଥିଲା । ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଲିସ ଆଡକୁ ଅଙ୍ଗୁଳି ଉଠିଛି । ମୃତକଙ୍କ ପୋଷ୍ଟମର୍ଟମ କରିବାକୁ ଦେଉନାହାନ୍ତି ପରିବାରଲୋକ । ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକ ।