Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରାଇରଙ୍ଗପୁର ସାପ୍ତାହିକ ହାଟରେ ପଟ୍ଟାଦାରଙ୍କ ଦୌରାତ୍ମ୍ୟ : ଦୋକାନୀଙ୍କଠାରୁ ମନଇଚ୍ଛା ଟଙ୍କା ଆଦାୟକୁ ନେଇ ଉତ୍ତେଜନା, ଥାନାରେ ଏତଲା

14/05/2021 at 6:22 PM

ରାଇରଙ୍ଗପୁର ୧୪।୫: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରପାଳିକା ଅଧିନସ୍ଥ ରାଇରଙ୍ଗପୁର ସାପ୍ତାହିକ ହାଟରେ ପଟ୍ଟାଦାରଙ୍କ ଦୌରାତ୍ମ ବଢି ବଢି ଚାଲିଛି । ମନଇଚ୍ଛା ମାହାସୁଲ ଆଦାୟକୁ ନେଇ ଦୋକାନୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ବର୍ତ୍ତମାନ କରୋନା ମହାମାରୀର ଦିତୀୟ ବର୍ଷ ଚାଲିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିବା ସହିତ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ରାଜ୍ୟ ସରକାର ମଧ୍ୟ  ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ରୁ ମଧ୍ୟାହ୍ନ ୧୨ ଟା ଯାଏଁ ପନିପରିବା, ଫଳ, ତେଜରାତି, ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରଖିବା ପାଇଁ ନିର୍ଦ୍ଦେଶନାମା ଜାରି ରଖିଛନ୍ତି । ରାଇରଙ୍ଗପୁର ସାପ୍ତାହିକ ହାଟ ମହୁଲଡିହା ନିକଟରେ ରାସ୍ତା କଡ଼ରେ ବସେ । ଛୋଟ ବଡ଼ ମଧ୍ୟମ ଖୁଚୁରା ବେପାରୀମାନେ ଆସି ସାପ୍ତାହିକ ହାଟରେ କୋଭିଡ କଟକଣା ମାନି ଦୋକାନ ଖୋଲିଛନ୍ତି । କିଛି ବିକ୍ରିବଟା ହେଲେ ଘରକୁ ଦୁଇ ପଇସା ଦେବେ ଏବଂ ଋଣ ଆଣି ଦୋକାନ କରିଥିବା ପଇସା ପରିଶୋଧ କରିବେ । କରୋନା ମହାମାରୀ ପାଇଁ ଲୋକେ ଭୟରେ ବହୁ କମ୍ ସଂଖ୍ୟାରେ ଆସୁଛନ୍ତି । ବିକ୍ରିବଟା ନାହିଁ । ଦୋକାନୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।ଏହି ଜାତୀୟ ବିପତ୍ତି  ସମୟରେ ହାଟ ପଟ୍ଟାଦାର ହାଟକୁ ଆସୁଥିବା ଦୋକାନୀଙ୍କ ପାଖରୁ ୩୦୦, ୪୦୦, ୫୦୦ଟଙ୍କା ମହାସୁଲ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି । ରାଇରଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଭାଗବତ ମହାପାତ୍ରଙ୍କ ନିର୍ଦ୍ଦେଶରେ ପୌର କର୍ମଚାରୀ ହାଟ ପାଖକୁ ଯାଇ ଦୋକାନୀମାନଙ୍କ କୋହଭରା ଦୁଃଖ କାହାଣୀ ଶୁଣିବା ସହ ସେମାନଙ୍କର ଅଭିଯୋଗକୁ ଭିତ୍ତି କରି ମ୍ୟୁନିସିପାଲଟି ତରଫରୁ ରାଇରଙ୍ଗପୁର ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ  ଏତଲାକୁ ଭିତ୍ତି କରି ଏକ ମାମଲା କେଶ ନଂ ୯୧/ ୨୧, ଅଣ୍ଡର ସେକ୍ସନ ୨୬୯, ୨୭୦ ଆଇସିସି  ୫୧ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts