Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଜରିମାନା ଆଦାୟକୁ ନେଇ ଉତ୍ତେଜନା, ତହସିଲଦାର ଓ ଦୋକାନୀଙ୍କ ପକ୍ଷରୁ ଥାନାରେ ଏତଲା।

10/01/2021 at 3:15 PM

ରାଇରଙ୍ଗପୁର ୧୦।୦୧ : ଜୋରିମାନା ଆଦାୟ ନେଇ ତହସିଲଦାର ଓ ଚାହା ଦୋକାନୀ ମଧ୍ୟରେ ଗଣ୍ଡଗୋଳ । ଦୁଇ ପକ୍ଷଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ,  ବିଜାତଳା ତହସିଲଦାର ଲଲାଟେନ୍ଦୁ ସି  ବିଜାତଳା ବଜାରର ଚା ଦୋକାନୀ ଆନନ୍ଦ ପାତ୍ରଙ୍କୁ ଏକ ନୋଟିସ କରିଥିଲେ। ବିଜାତଳା ତହସିଲଦାର ଲଲାଟେନ୍ଦୁ ସିଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଆନନ୍ଦ ପାତ୍ର ତହସିଲ କାର୍ଯ୍ୟାଳୟକୁ ଆସି ନୋଟିସ ଚିରି ଦେବା ସହିତ ଫାଇନ୍ ଟଙ୍କା ଦେବେ ନାହିଁ ବୋଲି କହିଥିଲେ । ଏପରିକି କି ଖରାପ ଭାଷାରେ ଗାଳିଗୁଲଜ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

 ସେହିପରି ଆନନ୍ଦ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ , ସେ ତହସିଲ କାର୍ଯ୍ୟାଳୟ ଯାଇଥିବା ବେଳେ ସେଠାରେ ତହସିଲଦାର ତାଙ୍କୁ ମାରପିଟ୍, ମୋବାଇଲ ଛଡେଇ ନେବା, ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏପିରିକି ଗୋଟିଏ କୋଠରୀରେ ବନ୍ଦ କରି ରଖିଥିବା ଅଭିଯୋଗ କରିଥିବା ବେଳେ ତାଙ୍କୁ ଗ୍ରାମରକ୍ଷୀ ଜଣକ ଉଦ୍ଧାର କରିଥିବା କହିଛନ୍ତି ଆନନ୍ଦ ପାତ୍ର। ତେବେ ଦୁଇ ପକ୍ଷଙ୍କ  ଅଭିଯୋଗ ପରେ ରାଇରଙ୍ଗପୁର ଏସଡିପିଓଙ୍କ ତତ୍ବାବଧାନରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts