Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||

କରୋନା ମୃତକଙ୍କ ଶବଦାହକୁ ନେଇ ଉତ୍ତେଜନା, ବିରୋଧ କଲେ ଗ୍ରାମବାସୀ

25/04/2021 at 12:31 PM

ରାଇରଙ୍ଗପୁର୨୫।୦୪: କରୋନା ମୃତକଙ୍କ ଶବ ଦାହକୁ ନେଇ ଉତ୍ତେଜନା । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଦୁବୁଲାବେଡା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା । ଘଟଣାସ୍ଥଳରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ।

 ଖବର ଅନୁଯାୟୀ, ସ୍ଥାନୀୟଅଞ୍ଚଳର ଜଣେ ବ୍ୟକ୍ତି ଶନିବାର ଦିନ କରୋନାରେ ମୃତ୍ୟୁ ବରଣ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ପୌରପାଳିକା ପ୍ରଶାସନକୁ ମୃତଦେହ ହସ୍ତାନ୍ତର ପରେ ପୌର ପ୍ରଶାସନ ସତ୍କାର ପାଇଁ ସହର ଉପକଣ୍ଠରେ ଥିବା ଦୁବୁଲାବେଡା ଜଙ୍ଗଲକୁ ନେଇଥିଲା । କିନ୍ତୁ ଗ୍ରାମବାସୀଙ୍କ ଘୋର ବିରୋଧ ଯୋଗୁଁ ପ୍ରଶାସନ ଶବ ଶତ୍କାର କରିପାରି ନଥିଲା। ଏହାପରେ ମୃତକଙ୍କ ନିଜସ୍ୱ ଜମିରେ ଶବ ଶତ୍କାର କରୁଥିବା ନେଇ ସୂଚନା ମିଳିଛି।

ସେହିପରି ୨ଦିନ ତଳେ ସହର ନିକଟ ଚମ୍ପାବୁଦା ନିକଟ ଜଙ୍ଗଲରେ ଜଣେ କରୋନା ମୃତକଙ୍କ ଶବକୁ ଅଧାପୋଡା କରି ଛାଡିଯାଇଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।  କରୋନାରେ ମୃତକଙ୍କ ଶବ ଶତ୍କାର ପାଇଁ ପୌର ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନ ଚିହ୍ନଟ କରାଯାଇନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।

   Related Posts