କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବ୍ୟବସ୍ଥା, ବିଡିଓଙ୍କ ଗୋଡ ତଳେ ପଡିଲେ ଲୋକେ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | May 25, 2020 IST

ବାଲେଶ୍ୱର, ୨୫|୦୫:  ସାରା ଦେଶରେ କରୋନାର ଆତଙ୍କ ଜାରି ରହିଛି । ଓଡିଶାରେ ମଧ୍ୟ କରୋନା ଗତିରେ ବ୍ରେକ୍ ଲାଗୁନାହିଁ । ତେବେ ରାଜ୍ୟ ସରକାର ବାହାରେ ବସବାସ କରୁଥିବା ପ୍ରବାସୀ ଶ୍ରମଜୀବୀଙ୍କୁ ଫେରାଇ ଆଣିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରୁଛନ୍ତି । ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ହୋଇଛି । ଏଥିପାଇଁ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରସ୍ତୁତ କରାଯାଇଛି । ତେବେ କେତେକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ ଆସୁଛି ।

wp:html /wp:html

ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ଗ୍ରାମ ପଞ୍ଚାୟତରେ ଥିବା ଗଦାଧର ଗିରି ଉଚ୍ଚ ସ୍ମୃତି ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ମୋଟ ୫୪ ଜଣ ପ୍ରବାସୀ ଅଛନ୍ତି । ଏଠାରେ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ସେଠାରେ ରହୁଥିବା ଅନ୍ତେବାସୀମାନେ ରାସ୍ତାରେ ଧାରଣା ଦେଇଥିଲେ । ବାଲିଆପାଳ ବିଡିଓ ସେଠାରେ ପହଁଚି ଧାରଣା ଦେଇଥିବା ଅନ୍ତେବସୀଙ୍କୁ ବୁଝାସୁଝା କରିବା ବେଳେ କିଛି ଅନ୍ତେବାସୀ ତାଙ୍କ ଗୋଡ ତଳେ ପଡିଯାଇଥିଲେ । ଏହାସହ ନିଜ ଦାବି ମଧ୍ୟ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.