ପୋଲିସ ଉପରକୁ ସଂଘବନ୍ଧ ଆକ୍ରମଣ : ଚୋରା ଗାଡି ଧରିବାକୁ ଯାଇ ହେଲେ ହଟହଟା, ବ୍ୟାପକ ପୋଲିସ ଫୋର୍ସ ମୁତୟନ

Published By : Prameya-News7 Bureau | January 17, 2021 IST

ପୁରୀ ୧୭।୦୧: ପୋଲିସକୁ ଆକ୍ରମଣ । ଚୋରାଗାଡ଼ି ଧରିବାକୁ ଯାଇ ହଟହଟା ହେଲା ପୋଲିସ ।  ପୁରୀ କୁମ୍ଭାରପଡ଼ା ଟାଉନଥାନା ଅଞ୍ଚଳରେ ଘଟଣା ଘଟିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଖବର ଅନୁଯାୟୀ. କୁମ୍ଭାରପଡ଼ା ଥାନା ଅଞ୍ଚଳର ପୋଲିସ ଚୋରା ଗାଡ଼ି ଧରିବାକୁ ଯାଇଥିଲା । ତେବେ ପୋଲିସ ଗାଡିଟି ଚୋରା କି ନୁହେଁ ଯାଞ୍ଚ କରୁଥିବା ସମୟରେ ଆଇଆଇସି ଏବଂ ତାଙ୍କ ଟିମ୍‌କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଓ ସାହି ଲୋକ ସାମିଲ ଥିବା ସୂଚନା ରହିଛି । ସେପଟେ ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.