ଡାକ୍ତର ବାବୁ ମାତାଲ ! ଗାଡିି ପାର୍କିଂକୁ ମନା କରିବାରୁ ସିକ୍ୟୁରିଟି ଓ ପୋଲିସକୁ ଲୁହା ରଡ଼ରେ ଗୋଡେଇ ପିଟିଲେ

Published By : Prameya-News7 Bureau | November 09, 2021 IST

ପୁରୀ ୦୯।୧୧ :  ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ। ଗାଡି ପାର୍କିଂ କୁ ନେଇ ଜଣେ ଡାକ୍ତର ମେଡିକାଲରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଓ ପୋଲିସକୁ ଲୁହା ରଡରେ କଲେ ଆକ୍ରମଣ। ମଦ୍ୟପାନ କରି ଡାକ୍ତର ଜଣକ ଏଭଳି କାଣ୍ଡ ଭିଆଇଥିବା ବେଳେ ମେଡିକାଲରେ କିଛି ସମୟ ଧରି ଆତଙ୍କ ସୃଷ୍ଟି ହୋଇଥିଲା।

wp:html /wp:html

ଖବର ଅନୁଯାୟୀ, ମେଡିକାଲ ଭିତରକୁ ସମସ୍ତ ଯାନ ପ୍ରବେଶ ଉପରେ କଟକଣା ଥିବାବେଳେ ହସପିଟାଲର ବାହାରେ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କିନ୍ତୁ ଡାକ୍ତର ଜଣକ ମେଡିକାଲ ଭିତରକୁ ତାଙ୍କ ସ୍କୁଟି ଆଣିଥିବା ବେଳେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଏହାକୁ ବାରଣ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଯୁକ୍ତିତର୍କ ହୋଇଥିଲା। ଏନେଇ ଡାକ୍ତରଙ୍କ ହାତରୁ ଲୁହା ରଡ ଛଡାଇ ଆଣିବାକୁ ଜଣେ ପୋଲିସ କର୍ମଚାରୀ ଉଦ୍ୟମ କରୁଥିବା ବେଳେ ଡ଼ାକ୍ତର ଜଣକ ଉତ୍‌କ୍ଷିପ୍ତ ହୋଇ ଉଭୟଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଡାକ୍ତରଙ୍କୁ କାବୁ କରିବା ସହ ତାଙ୍କ ହାତରୁ ଲୁହା ରଡ ଛଡାଇ ଆଣିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଡ଼ାକ୍ତରଙ୍କ ପରିଚୟ ମିଳିପାରିନାହିଁ। ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୋସିଆଲ ମିଡ଼ିଆରେ ଦାବି ଜୋର ଧରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.