ଲକ୍‌ଡାଉନ ଛଡାଇ ନେଇଛି ବେଉସା : ହାତରେ କାମ ନାହିଁ-ଭାଟି ବନ୍ଦ, ଚିନ୍ତାରେ କୁମ୍ଭକାର

Published By : Prameya-News7 Bureau | June 07, 2020 IST

ଉଦଳା ୦୭।୦୬: ଲକ୍ ଡାଉନ ଛଡାଇ ନେଇଛି ବେଉସା । ଯେଉଁଠି ରାତି ପାହିଲେ ଚକ ଘୁରୁଥିବାର ଶବ୍ଦ ଶୁଭୁଥାଏ । ମାଟି ପିଣ୍ଡୁଳାକୁ ବିଭିନ୍ନ ରୂପ ଦିଆଯାଇଥାଏ । ସେଠି ଆଜି ଛାଇଯାଇଛି ଅଜବ ନିରବତା । ଆଉ ହାତ ବାନ୍ଧି ବସିଛନ୍ତି କୁମ୍ଭକାର ।

{"id":282342,"sizeSlug":"large"}

 ଦୁର୍ଦ୍ଦିନରେ କୁମ୍ଭକାର । ହାତରେ କାମ ନାହିଁ । ଭାଟି ବନ୍ଦ । ଭାଟିରେ ଆଉ ନିଆଁ ଜଳୁନି କି ମାଟି ପାତ୍ର ପୋଡାଯାଉନି । ଲକ୍ ଡାଉନ ପାଇଁ ଦୁର୍ବିସହ ହୋଇପଡିଛି କୁମ୍ଭକାରଙ୍କ ଜୀବନ । ବର୍ଷ ଜାକ ମାଟି ଚକଟି ଅକ୍ଳାନ୍ତ ପରିଶ୍ରମ କରନ୍ତି କୁମ୍ଭକାର । ଆଉ ପାର୍ବଣ ଆସିଲେ ଜମେ ବେପାର ।

{"id":282343,"sizeSlug":"large"}

କିନ୍ତୁ ଲକ୍ ଡାଉନ୍ ବେଉସା ଛଡାଇ ନେଇଛି । ହାତ ବାନ୍ଧି ବସିଛନ୍ତି ଉଦାଳା କପ୍ତିପଦା ସୁଡୁସୁଡିଆ ଗାଁର କୁମ୍ଭକାର ପରିବାର । ନାଁ ପାଖରେ ଅଛି କାମ, ନାଁ ପଇସା । ବେପାର ବନ୍ଦ ହେବା ଦିନଠୁ ଘର ଚଳାଇବା ମୁସ୍କିଲ ହୋଇପଡିଛି । ରାତି ପାହିଲେ ଗୋଟିଏ ଚିନ୍ତା ଖାଇବେ କଣ, ପଇସା ଆଣିବେ କେଉଁଠୁ ।   

{"id":282344,"sizeSlug":"large"}

ପୂଜାପର୍ବାଣୀ ହେଉ କି ବାହାଘର, ବ୍ରତଘର । ସବୁ ସମାରୋହରେ ଲୋଡା ପଡିଥାଏ ମାଟିର ସାମଗ୍ରୀ । କିନ୍ତୁ ଲକ୍ ଡାଉନ ପାଇଁ ଏସବୁ ସାମଗ୍ରୀର ଆବଶ୍ୟକତା ସେତେଟା ନାହିଁ । ତେଣୁ ପୂର୍ବରୁ ପ୍ରସ୍ତୁତ ହେ।ଇଥିବା ବିଭିନ୍ନ ମାଟି ସାମଗ୍ରୀ ବିକ୍ରି ହୋଇ ପାରୁନି । ବଜାର ବନ୍ଦ ଯେ।ଗୁଁ କଞ୍ଚାମାଲ ବି ମିଳୁନି ।

{"id":282348,"sizeSlug":"large"}

ତେଣୁ ଲକ୍ ଡାଉନ ଖୋଲିଲେ ଏସବୁ ଜିନିଷ ବିକ୍ରି କରି ଦିପଇସା ରୋଜଗାର କରିବେ ବୋଲି ମନକୁ ବୁଝାଇ ଦେଉଛନ୍ତି କୁମ୍ଭକାର । ୩ ମାସ ହେଲା କାମ ଛାଡିଲେଣି କୁମ୍ଭକାର । ଦେଖାଯାଉ ଆଗକୁ କେ​ବେ ଲକ୍ ଡାଉନ ହଟୁଛି ଆଉ କେବେ ଦୂର ହେଉଛି କୁମ୍ଭକାରଙ୍କ ସମସ୍ୟା।   

{"id":282349,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.