ଗାଁରେ ଚାଲିଥିଲା ମାଛ ଧରା : ଖବର ପାଇ ପହଞ୍ଚିଲା ପୋଲିସ , କିନ୍ତୁ ଗାଡିକୁ ଅଟକାଇଲେ ଗ୍ରାମବାସୀ

Published By : Prameya-News7 Bureau | July 05, 2020 IST

ବ୍ରହ୍ମପୁର ୦୫।୦୭: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ କିଛି ଲୋକ ଯେମିତି ନିୟମକୁ ଫୁ କରି ଉଡାଇଦେଉଛନ୍ତି । ଯେତେବେ ବୁଝାଇଲେ ବି , ସେମାନେ ଅବୁଝା । ଜାଣିପାରୁନାହାନ୍ତି ନିୟମକୁ ଯେତେ ଆମେ କଡାକଡି ଭାବେ ପାଳନ କରିବା, ସେତେ ଦିନ ପର୍ଯ୍ୟନ୍ତ ଆମେ କରୋନା ଭଳି ମହାମାରୀଠାରୁ ଦୂରେଇ ରହିପାରିବା ।

{"id":296105,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି ।  ତଥାପି କିଛି ଲୋକ ଏମିତି ଅଞ୍ଚନ୍ତି, ଜମା ଚେତୁ ନାହାନ୍ତି ।  ଗାଁ ପୋଖରିରେ ମାଛ ଧରୁଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ସ୍ଥାନକୁ ପୋଲିସ ଯାଉଥିବା ସମୟରେ ଗାଡିକୁ ଅଟକାଇଲେ ସାଧାରଣ ଲୋକେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୁଣା ବ୍ରହ୍ମପୁର ଜଗବନ୍ଧୁ ସାହିରେ । ପୋଲିସ୍ ଗାଡିକୁ ଅଟକାଇଛନ୍ତି ଅନେକ ଲୋକ । ଜିଲ୍ଲାରେ ସଟଡାଉନ୍ ଲାଗୁ ହୋଇଥିଲେ ବି ସବୁ ନିୟମ କୁ ଫୁ କରି ଦେଉଛନ୍ତି ଲୋକେ । ବାରମ୍ବାର ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରିଲେ ମଧ କୌଣସି ଫରକ  ପଡୁନାହିଁ ।

{"id":296106,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.