ପିପିଲି ମେଡିକାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | August 26, 2018 IST

ପୁରୀ ୨୭/୮ : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ପିପିଲି ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଚିକିତ୍ସା ହୋଇ ନପାରି ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ସମ୍ପର୍କୀୟ । ମୃତକ ହେଲେ ଗୋପନାଗପୁରର ଗଜେନ୍ଦ୍ର ମୁଦୁଲି । ଗଜେନ୍ଦ୍ର ପିପିଲି ମଳିବରାଇ ପଦ୍ମକୋଳି ଗାଁ ଶ୍ବଶୁର ଘରେ ରହୁଥିଲେ । ସେ ଦିନ ମଜୁରିଆ ଭାବ କାମ କରୁଥିଲେ । ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ଗଜେନ୍ଦ୍ର । ଗତକାଲି ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ରାତିରେ ପିପିଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ପରିବାରଲୋକେ । ତେବେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଚିକିତ୍ସା ହୋଇପାରିନଥିଲା । ଯାହା ଫଳରେ ଗଜେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.