ମଦ ପାଇଁ ହାତାହାତି : ଏମ୍ଆର୍‌ପି ଠାରୁ ଅଧିକ ଟଙ୍କା ନେବାକୁ ନେଇ ଗଣ୍ଡଗୋଳ, ୨ ଗୁରୁତର

Published By : Prameya-News7 Bureau | January 11, 2021 IST

ପଟ୍ଟାମୁଣ୍ଡାଇ ୧୧।୦୧: ମଦ ପାଇଁ ହାତାହାତି । ମାତ୍ରାଧିକ ଏମ୍‌ଆରିପ୍ ନେଇ ଗଣ୍ଡଗୋଳ । ଯେଉଁଥିରେ ଅନେକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି ।

ଖବର ଅନୁଯାୟୀ, କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଚୁଡିକୁଲାଟ ନିକଟସ୍ଥ ଠିପି ବନ୍ଦ ମଦ ଦୋକାନ ନିକଟରେ ଗଣ୍ଡଗୋଳ ଘଟିଛି । ମଦ କିଣିବା ବେଳେ ଏମ୍‌ଆର୍‌ପି ଠାରୁ ମାତ୍ରାଧିକ ଟଙ୍କା ମାଗୁଥିବା ବୋଲି ବଚସା ହୋଇଥିଲା । ପ୍ରଥମେ ମଦ ଦୋକନୀ ଏହାକୁ ନେଇ ପ୍ରଥମ ବଚସା ଓ ପରେ ହତାହାତୀ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ପୋଲିସର  ଘଟଣାରେ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.