ପାଟଣା ୧୯।୧୨: ଜଙ୍ଗଲ ଜମି ବିବାଦକୁ ନେଇ ଉତ୍ତେଜନା । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଧନୁର୍ଯ୍ୟୟପୁରର ଭରାଣ୍ଡିଆ ଗାଁରେ ଉତ୍ତେଜନା ଲାଗିରହିଛି । ବିବାଦକୁ ସମଧାନା କରିବାକୁ ଯାଇ ଫସିଲେ ବନକର୍ମଚାରୀ । ୧୬ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
{"id":379628,"sizeSlug":"large","linkDestination":"none"}ଖବର ଅନୁଯାୟୀ, ପାଟଣା ରେଞ୍ଜ ଧନୁର୍ଯ୍ୟୟପୁର ଗ୍ରାମରେ ଜଙ୍ଗଲ ଜମିର ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଦୀର୍ଘ ଦିନର ବିବାଦର ସମାଧାନ ନହେବାରୁ ଗ୍ରାମବାସୀ ସଂରକ୍ଷିତ ଜଙ୍ଗଲ ରେ କୁକୁଡ଼ା ଲଢେଇ କରିବା ପାଇଁ ବ୍ୟାରିକେଡ କରିଥିଲେ । କିନ୍ତୁ କୌଣସି ସୂତ୍ରରୁ ବନ ବିଭାଗ କର୍ମଚାରୀ ଖବର ପାଇଁ ଉକ୍ତ ଜାଗାରେ ଚଢ଼ାଉ କରିଥିଲେ , ଏବଂ କୁକୁଡ଼ା ଲଢେ଼ଇ ପାଇଁ କରାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ନିଆଁ ଜଳାଇବା ପରେ ଦୀର୍ଘଦିନର ଅସନ୍ତୋଷ ଏବେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀମାନେ ବନ ବିଭାଗର ରେଞ୍ଜରଙ୍କ ସମେତ ୧୬ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ନଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।