Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପଲ୍ଲୀସଭାରେ ତୁମୁଳକାଣ୍ଡ, ଉଭୟ ପକ୍ଷର ଲୋକେ ଆହତ

4/06/2020 at 11:55 AM

ଭଦ୍ରକ ୦୪।୦୬ : ପଲ୍ଲିସଭାରେ ତୁମୁଳ କାଣ୍ଡ । ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ବରୁଆଁ ପଞ୍ଚାୟତର କୋଡ଼ଗମ୍ଭିର ଗ୍ରାମରେ ଆଜି ପଲ୍ଲିସଭାର ଆୟୋଜନ କରାଯାଇଥିଲା । ତେବେ ପଲ୍ଲିସଭା ଅନିୟମିତ ଭାବରେ ଚାଲିଥିଲା ବୋଲି ଅଭିଯୋଗ ହୋଇଛି । ପଲ୍ଲୀ ସଭା ଚାଲିଥିବା ବେଳେ ପଞ୍ଚାୟତର PEO ଓ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଲକ୍ ଡାଉନ୍ ସମୟରେ ପଲ୍ଲୀ ସଭା କରି ସରକାରୀ ଦସ୍ତାବିଜକୁ ନିଜ ଅକ୍ତିଆର ନେବା ଲାଗି ତାଙ୍କର ପ୍ରୟାସ ଥିଲା ବୋଲି ଅଭିଯୋଗ ହୋଇଛି ।

କିନ୍ତୁ ଗ୍ରାମବାସୀ ଲକ୍ ଡାଉନ୍ ସମୟରେ କୌଣସି ସଭା ସମିତି କିମ୍ବା ଏକତ୍ରିତ ହୋଇପାରିବେ ନାହିଁ ବୋଲି ସରକାରୀ କର୍ମଚାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ସେହି ସମୟରେ ଉଭୟ ପକ୍ଷ ମରଣାନ୍ତକ ଭାବରେ ଲୁହା ରଡ଼ ଓ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏମିତି କି ବାଡାବାଡ଼ି ପର୍ଯ୍ୟନ୍ତ କଥା ଯାଇଛି । ଘଟଣାସ୍ଥଳରେ ଭଦ୍ରକ ଗ୍ରାମଞ୍ଚଳ ପୋଲିସ ପହଁଚିଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ କେତେଜଣ ଆହତ ହୋଇଥିବା ସୂଚନା ରହିଛି ।

   Related Posts