ଟାଳଟୁଳ ନୀତିକୁ ବିରୋଧ, ନିଜ ନିଜ ଜିଦ୍ରେ ଅଟଳ ଶ୍ରମିକ ଓ କମ୍ପାନୀ
26/11/2020 at 2:37 PM

ଚଣ୍ଡିଖୋଲ ୨୬।୧୧: ଶ୍ରମିକଙ୍କ ଜୀବନ ସହିତ ଖେଳୁଥିବା ଅଭିଯୋଗ ଆସିଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଡିଲମିଆଁ ସିମେଣ୍ଟ ପରିସରରେ ବିବାଦୀୟ ପରିସ୍ଥିତି ଉପୁଜୁଛି । ଯାହାକୁ ନେଇ ଉଭୟ ଶ୍ରମିକ ଓ କମ୍ପାନୀ କର୍ତ୍ତୃପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିଛନ୍ତି ।
ଶ୍ରମିକଙ୍କ ଜୀବନ ଜୀବିକା ସହିତ ଖେଳିବାକୁ ବି ପଛେଇଲେ ନାହିଁ। ଯାହାଫଳରେ ବିଭିନ୍ନ ଦାବିକୁ ନେଇ ସମସ୍ତ ଶ୍ରମିକ ମାନେ ଅସହଯୋଗ କରିବା ସହିତ କାର୍ଯ୍ୟ ବନ୍ଦ କରି କାରଖାନାକୁ ଅଚଳ କରିଦେଇଥିବାର ଦେଖିବାକୁ ମିଳିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶ୍ରମିକ ମାନେ ଆନ୍ଦୋଳନରେ ଅଡ଼ି ବସିଥିବା ବେଳେ ନିଜ ହକ୍ ପାଇଁ ଆତ୍ମହୁତୀ ଦେବାକୁ ପ୍ରସ୍ତୁତି ଜାରି ରହିଛି । କିନ୍ତୁ ଅପରପକ୍ଷେ କାମ ନାହିଁ ତ ହାଜିରା ନାହିଁ ନୀତିରେ ଓସିଏଲ୍ ଡାଲମିଆଁ ସିମେଣ୍ଟ କମ୍ପାନୀର ମ୍ୟାନେଜମେଣ୍ଟ ଅଟଳ ରହିଛି । ଶ୍ରମିକ ମାନଙ୍କ ହକ୍ ଦାବି ପୂରଣ ଦିଗରେ OCL କର୍ତ୍ତୃପକ୍ଷ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଯାହାକୁ ନେଇ ଶ୍ରମିକମାନେ ଚିନ୍ତାରେ ପଡିଛନ୍ତି।