ଫଳକକୁ ନେଇ ରାଜନୀତି : ନୂତନ କେବିନ ଗୃହ ଉଦ୍ଘାଟନରେ ତୁମ୍ବିତୋଫାନ, ଫଳକ ଭାଙ୍ଗିଲେ ବିଜେପି କର୍ମୀ
7/04/2021 at 2:13 PM

ନୀଳଗିରି ୦୭।୦୪ : ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଟ୍ରକ ମାଲିକ ସଙ୍ଘ ଦ୍ୱାରା ନିର୍ମିତ ନୂତନ କେବିନ ଗୃହ ଉଦଘାଟନରେ ତୁମ୍ବିତୋଫାନ । ଉଦ୍ଘାଟନ ଫଳକ ଭାଙ୍ଗିଲେ ବିଜେପି କର୍ମୀ । ଫଳକରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ନଥିବା ନେଇ ହୋଇଥିଲା ବିବାଦ । ଘଟଣା ସ୍ଥଳରେ ପୋଲିସ ।
ଖବର ଅନୁଯାୟୀ, ନୀଳଗିରି ଟ୍ରକ ମାଲିକ ସଙ୍ଘ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଚାରୋଟି ଶଯ୍ୟା ବିଶିଷ୍ଟ କେବିନ ଗୃହ ନିର୍ମାଣ କରିଥିଲେ। ଉଦ୍ଘାଟକ ଭାବେ ନୀଳଗିରି ବିଧାୟକ ଓ ମୁଖ୍ୟଅତିଥି ଭାବେ ଏସଡିଏମଓ,ସମ୍ମାନ୍ନିତ ଅତିଥି ଭାବେ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଓ ଏସଡିଏମଓ ଅଜୟ କୃଷ୍ଣ ସାମଲଙ୍କ ନାଁ ରହିଥିଲା। ତେବେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀଙ୍କ ନାଁ ନଥିବାରୁ ତାଙ୍କ ସମର୍ଥକମାନେ ଗଭୀର ଉଦବେଗ ପ୍ରକାଶ କରି ଏସଡିଏମଓଙ୍କୁ ଘେରିଥିଲେ। ଏହାପରେ ଲାଗିଥିବା ଫଳକକୁ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥକ ଆସି ଭାଙ୍ଗିଦେଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଁଚି ଅନୁଧ୍ୟାନ କରୁଛି।