Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ

12/04/2021 at 7:29 AM

ନୟାଗଡ଼ ୧୨।୦୪ : ନୟାଗଡ଼ ଟାଉନ ଷ୍ଟେସନରେ ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଷ୍ଟେସନ ମ୍ୟାନେଜର ଏବଂ ଅନ୍ୟ ୨ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ରେଲଓ୍ୱ ଅଧିକାରୀ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

ଖବର ଅନୁଯାୟୀ, ରବିବାର ରାତିରେ ୧୧ଜଣ ଦୁର୍ବୃତ୍ତ ଟାଉନ୍ ଷ୍ଟେସନ ନିକଟରେ ମଦ୍ୟପାନ କରିବା ସହ ଡିଜେ ବଜାଇ ହୋହଲ୍ଲା କରିଥିଲେ । ଦୀର୍ଘ ସମୟ ଧରି ଏପରି ଚାଲିବା ପରେ ଷ୍ଟେସନର ଦୁଇଜଣ କର୍ମଚାରୀ ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ୍ତ ମାନେ ଦୁଇ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହାପରେ ଷ୍ଟେସନ ମ୍ୟାନେଜର ଘଟଣାସ୍ଥଳକୁ ଯାଇଥିଲେ । ଦୁର୍ବୃତ୍ତ ମାନେ ଏକ ଲୁହା ରଡ୍ ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଷ୍ଟେସନ ମ୍ୟାନେଜର ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ।

ଏହାପରେ ଦୁର୍ବୃତ୍ତ ମାନେ ଷ୍ଟେସନ ଭିତରକୁ ଯାଇ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଥିଲେ । ଷ୍ଟେସନ ଭିତରେ ଥିବା ବହୁ କାଗଜପତ୍ର ଏବଂ ଆସବାବପତ୍ର ପୋଡିଯାଇଥିବା ଦେଖିବାକୁ ମିଳିଛି । ଖବରପାଇ ଟାଉନ୍ ଥାନା ପୋଲିସ ଏବଂ ଖୋର୍ଦ୍ଧା ରୋଡରୁ ଆର୍.ପି.ଏଫ୍ ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ନିଆଁ ଲଗାଇଥିବା ଜଣେ ଯୁବକ କାହ୍ନା ପ୍ରଧାନକୁ ଷ୍ଟେସନ କର୍ମଚାରୀ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିବାବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି ।

କରୋନା ପାଇଁ ଦୀର୍ଘଦିନ ହେଲା ନୟାଗଡକୁ ରେଳଚଳାଚଳ ବନ୍ଦ ରହିଥିବାବେଳେ ଏହି ଅଞ୍ଚଳ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଆସନ୍ତାକାଲିଠାରୁ ନୟାଗଡକୁ ଟ୍ରେନ୍ ଚଳାଚଳ କରିବାର ଥିଲା । ଏହି ଘଟଣା ଏହା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।


   Related Posts