ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ, ବରଦା ମେଡିକାଲରେ ଉତ୍ତେଜନା

Published By : Prameya-News7 Bureau | December 31, 2020 IST

ବାଲିପାଟଣା ୩୧।୧୨: ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା । ଭୁବନେଶ୍ୱର ଉପକଣ୍ଠ ବାଲକାଟି ନିକଟରେ ଥିବା ବରଦା ମେଡିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି ।  ଶତାଧିକ ଉତ୍ୟକ୍ତ ଲୋକ ମେଡିକାଲ ପରିସରରେ ପଶି ଭଙ୍ଗାରୁଜା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।  

{"id":385005,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଗତ ୨୭ତାରିଖରେ ବାଳକାଟି ଫାଣ୍ଡି ପୁରୁଣା ଜଗନ୍ନାଥ ରାସ୍ତା ଭଗବତୀ ମନ୍ଦିର ନିକଟରେ ଏକ କାର୍‌ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ବାଳକାଟି ଅଞ୍ଚଳରେ ସୂର୍ଯ୍ୟକାନ୍ତ ମହାନ୍ତି ଗୁରୁତର ହୋଇଥିଲେ । ଚିକିତ୍ସା ନିମନ୍ତେ ଗୁରୁତର ଅବସ୍ଥାରେ ସୂର୍ଯ୍ୟକାନ୍ତଙ୍କୁ ବରଦା ହସ୍ପିଟାଲ୍‌ ରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଆଜି ସକାଳ ସମୟରେ ସୂର୍ଯ୍ୟକାନ୍ତରଙ୍କ ମୃତ୍ୟୁ ହୋଇଯାଇଛି ।

{"id":385006,"sizeSlug":"large","linkDestination":"none"}

ସୂର୍ଯ୍ୟ କାନ୍ତଙ୍କର ଗୋଡ ଭାଙ୍ଗିଯାଇଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥାନ୍ତା । କିନ୍ତୁ  ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପିରିକି  ମେଡିକାଲ ପରିସରରେ ହଙ୍ଗାମା କରିଥିଲେ ସ୍ଥାନୀୟ ଲୋକେ । ଉତ୍ୟକ୍ତ ଲୋକେ ସୂର୍ଯ୍ୟକାନ୍ତ ଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ  ଦାବି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ମେଡିକାଲ କର୍ତ୍ତୃପକ୍ଷ ପହଞ୍ଚି ଉତ୍ୟକ୍ତଙ୍କୁ ବୁଝାସୁଝା ପରେ ଉତ୍ତେଜନା କମିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.