ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା, ପୋଲିଓ ବୁନ୍ଦା ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ

Published By : Prameya-News7 Bureau | September 06, 2019 IST

ବ୍ରହ୍ମଗିରି ୬।୯: ପୋଲିଓ ବୁନ୍ଦା ଖାଇ ଅଢେଇ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିଶୁ ମୃତ୍ୟୁକୁ ନେଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା ଦେଖାଦେଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗାଁର ସ୍ମୃତିରଞ୍ଜନ ବିଶ୍ବାଳ ଓ ଜ୍ୟୋସ୍ନାରାଣୀ ବିଶ୍ବାଳଙ୍କ ଶିଶୁକନ୍ୟା ।

{"id":153730}

ସୂଚନାଯୋଗ୍ୟ ଯେ, ବୁଧବାର ବ୍ରହ୍ମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିଓ ନେଇଥିଲା ଶିଶୁ । ଗତକାଲି ଅସୁସ୍ଥ ହେବାରୁ ମେଡିକାଲକୁ ଆଣିଥିଲେ ବାପା ମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.