ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ, ଘରୋଇ ନର୍ସିଂହୋମ ନାଁରେ ଥାନାରେ ଏତଲା ଦେଲେ ପରିବାର ଲୋକ
10/12/2020 at 1:01 PM

ଭ୍ରଦକ ୧୦।୧୨: ଚିକିତ୍ସା ଅବହେଳାରୁ ପ୍ରସୂତି ମୃତ୍ୟୁ ଅଭିଯୋଗ । ଘରୋଇ ନର୍ସିଂ ହୋମରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଏନେଇ ଥାନାରେ ଏତଲା ଦେଇଛନ୍ତି ପରିବାରଲୋକ । ଭଦ୍ରକ ସହରରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଏପରି ଘଟଣା ଘଟିଛି ।
ଖବର ଅନୁଯାୟୀ, ଭଦ୍ରକ ସହରର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ନିକଟରେ ଥିବା ଏକ ଘରୋଇ ନର୍ସିହୋମ ନାମରେ ଏପରି ଅଭିଯୋଗ ଆସିଛି । ତିହିଡି ଥାନା କୋଲହ ଅଞ୍ଚଳର ଅର୍ଚ୍ଚନା ନାମକ ଜଣେ ପ୍ରସୂତି ମହିଳା ଏହି ଘରୋଇ ନର୍ସିହୋମରେ ଭର୍ତ୍ତି ହୋଇଥିଲା । ତାଙ୍କର ପ୍ରସବ ପରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ଅର୍ଚ୍ଚନାଙ୍କ ଅବସ୍ଥା ଗୁରୁତର ହୋଇଥିଲା , ପରିବାର ଲୋକେ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ପାଇଁ ନର୍ସିହୋମକୁ ଅନୁରୋଧ କରିଥିଲେ । କିନ୍ତୁ କୌଣସି ପଦକ୍ଷେପ ନେଇନଥିଲେ ନର୍ସିହୋମ କର୍ତ୍ତୃପକ୍ଷ ।

ଶେଷରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ସେପଟେ ନବଜାତ ଶିଶୁ କନ୍ୟା ସୁସ୍ଥଥିବା ସୂଚନା ମିଳିଛି । ଚିକିତ୍ସାରେ ଅବହେଳା ଆଣି ଟାଉନ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଘଟଣାକୁ ନେଇ ଟାଉନ୍ ଥାନା ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି । ନବଜାତ ଶିଶୁ କନ୍ୟା ସୁସ୍ଥ ଥିବା ସୂଚନା ମିଳିଛି । ଚିକିତ୍ସା ରେ ଅବହେଳା ହୋଇଥିବା ନେଇ ଭଦ୍ରକ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ମୃତକ ଙ୍କ ପରିବାର ଲୋକେ । ଘଟଣା କୁ ନେଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।