ପୋଲିସ ଉପସ୍ଥିତିରେ ମାର୍‌ପିଟ୍‌, ଉଭୟ ପକ୍ଷରୁ ୭ଆହତ ; ପୂର୍ବ ଶତ୍ରୁତାକୁ ନେଇ ଲାଗି ରହିଥିଲା ବିବାଦ

Published By : Prameya-News7 Bureau | November 03, 2020 IST

ବାଲିପାଟଣା ୦୩।୧୧: ପୋଲିସ ଉପସ୍ଥିତିରେ ମାର୍‌ପିଟ୍‌ । ବାଲିପାଟଣା ଥାନା ମାର୍ଥାପୁର ଗାଁର ୨ ପରିବାର ମଧ୍ୟ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୭ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।

{"id":355252,"sizeSlug":"large"}

ଖବର ଅନୁଯାୟୀ,  ବାଲିପାଟଣା ଥାନା ମାର୍ଥାପୁର ଗାଁର ସଂଜୟ ଭୋଇ ଏବଂ ପାଣୁ ଭୋଇଙ୍କ ମଧ୍ୟରେ ଜମିବାଡି ନେଇ ବିବାଦ ଲାଗିରହିଥିଲା । ଗତ ୧ତାରିଖ ଦିନ ବାଲିପାଟଣା ଥାନାରେ ଏନେଇ ସଂଜୟ ଅଭିଯୋଗ କରିଥିଲେ । କିନ୍ତୁ ତାପରେ ବି ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ କି ୨ତାରିଖ ଦିନ ସଂଜୟ ଥାନାରେ ଦ୍ୱାରସ୍ଥ ହୋଇଥିଲା ।

{"id":355253,"sizeSlug":"large"}

ସଂଜୟ ଥାନାକୁ କାହିଁକି ଯାଇଥିଲ ବୋଲି ଅପରପକ୍ଷ ପ୍ରଶ୍ନ କରିବା ସହ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ । ସଂଜୟ ତତ୍‌କ୍ଷଣାତ ପିସିଆର୍‌କୁ ଫୋନ୍ କରିବା ସହ ଲୁଚି ରହିଥିଲେ । ଖବର ପାଇ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ସଂଜୟ ବାହାରକୁ ଆସିଥିଲେ । କିନ୍ତୁ ପୋଲିସ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ସହ ମାରପିଟ୍‌ ହୋଇଥିଲା ।

{"id":355254,"sizeSlug":"large"}

ଯାହାଫଳରେ ୭ଜଣ ଆହତ ହୋଇଥିଲେ । ମାରପିଟ୍ ରେ ଆହତ ହୋଇଥିବା ବ୍ୟକ୍ତିଙ୍କ ନାମ ଯଥାକ୍ରମେ- ଗୋଟିଏ ପକ୍ଷର ମୁନା, ଲିଟୁ ଏବଂ ଅନ୍ୟପକ୍ଷର ନବଘନ, ଛବି, ବିଜୟ, କନକ, ହେମନ୍ତ ବୋଲି ଜଣାପଡିଛି । ବାଲିପାଟଣା  ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.