ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ

Published By : Prameya-News7 Bureau | January 10, 2020 IST

ଭୁବନେଶ୍ବର ୧୦।୦୧:  ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ଆତଙ୍କରାଜ । ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରେ ସାରାବଜାର ଥରହର । ଦୋକାନୀଙ୍କୁ ଗୋଡେଇ ଗୋଡଇ ପିଟିଲେ ମୁଖ୍ୟ ପିନ୍ଧି ଆସିଥିବା ଦୁର୍ବୃତ୍ତ । ଦୋକାନ ଭାଙ୍ଗିବା ସହ ଜିିନିଷ ଫିଙ୍ଗିଛନ୍ତି । ଜଣେ କି ଦୁଇ ତିନି ଜଣ ନୁହେଁ ପାଖାପାଖି ୨୫ଜଣ ଦୁର୍ବୃତ୍ତ ମାରଣସ୍ତ୍ର ଧରି ଏପରି ଗୁଣ୍ଡାରାଜ କରିଛନ୍ତି । ଆକ୍ରମଣ କରିଛନ୍ତି । କିନ୍ତୁ ସେମାନେ କାହିିଁକି ଏପରି ଗୁଣ୍ଡାଗିରି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ମୁଖା ପିନ୍ଧା ଦୁର୍ବୃତ୍ତ ମାନେ ଯାହାକୁ ପାଇଲେ ତାକୁ ମାରପଟି୍ କରିଛନ୍ତି । ଜନଗହଳି ସମୟରେ ଏପରି କାଣ୍ଡକରାଖାନା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଖବରଲେଖା ହେବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାଯାଇଛି । ଏହି ଗଣ୍ଡଗୋଳ ପଛରେ ବ୍ୟବସାୟିକ କିମ୍ବା ବ୍ୟକ୍ତିଗତ ବିବାଦ ଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.