Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରାଜୁ ହନ୍ତାଳଙ୍କ ମୃତ୍ୟୁକୁ ନେଇ ପୁଣି ତାତିଛନ୍ତି ବିଚ୍ଛିନ୍ନାଞ୍ଚଳ ବାସୀ: ଯନ୍ତାପାଇ ସାପ୍ତାହିକ ହାଟରେ ୧୪୪ଧାରା ଜାରୀ, ଦୁଇ କମ୍ପାନୀ ବିଏସଏଫ ଯବାନଙ୍କ ସହ ଏସଓଜି ବାହିନୀ ମୁତୟନ

20/09/2019 at 10:02 PM

ମାଲକାନଗିରି ୨୦|୯: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଉତ୍ତେଜନା ।  ରାଜୁ ହନ୍ତାଳଙ୍କ ମୃତ୍ୟୁକୁ ନେଇ ପୁଣି ତାତିଛନ୍ତି ବିଚ୍ଛିନ୍ନାଞ୍ଚଳ ବାସୀ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଜି ଯନ୍ତାପାଇ ସାପ୍ତାହିକ ହାଟକୁ ବନ୍ଦ କରିଦିଆଯାଇଛି । ଦିନକ ପାଇଁ ହାଟରେ ୧୪୪ ଧାରା ଜାରି କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଦୁଇ କମ୍ପାନୀ ବିଏସଏଫ ଯବାନଙ୍କ ସହ ଏସଓଜି ବାହିନୀ ମୁତୟନ କରାଯାଇଛି ।…

ରାଜୁ ହନ୍ତାଳ ମୃତ୍ୟୁକୁ ନେଇ ପୁଣି ତାତିଲେ ଲୋକେ । ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଦେଖାଦେଇଛି ଉତ୍ତେଜନା । ରାଜୁ ହନ୍ତାଳ ହତ୍ୟାକାରୀଙ୍କୁ କାହିଁକି ଗିରଫ କରାଯାଇନାହିଁ ?  ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ସତ୍ବେ କାହିଁକି ମାଡମାରିଥିବା ବିଏସ୍‌ଏଫ୍‌ ଯବାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନା ଗ୍ରହଣ କରାଯାଇନାହିଁ ?  ସ୍ଥାନୀୟ ଲୋକେ ପୁଣି ତାତିଛନ୍ତି ।

ଉତ୍ତେଜନାକୁ ଦୃଷ୍ଟିରେ ରଖି ଯନ୍ତାପାଇ ସାପ୍ତାହିକ ହାଟକୁ ବନ୍ଦ କରିବା ଲାଗି ଘୋଷଣା କରିଛି ପ୍ରଶାସନ । ମାଇକ୍‌ ଦ୍ବାରା ଏନେଇ ଘୋଷଣା ହୋଇଛି । ଦିନକ ପାଇଁ ହାଟରେ ୧୪୪ ଧାରା ଜାରି କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଦୁଇ କମ୍ପାନୀ ବିଏସଏଫ ଯବାନଙ୍କ ସହ ଏସଓଜି ବାହିନୀ ମୁତୟନ କରାଯାଇଛି ।

ଧୁଳିପୁଟ ପଞ୍ଚାୟତ ଅନ୍ତର୍ଗତ ରାଙ୍ଗିନିଗୁଡା ଗାଁର ରାଜୁ ହନ୍ତାଳ ଗତ ଶୁକ୍ରବାର ଦିନ ନିଜର ଦୁଇ ଝିଅଙ୍କ ସହ ଯନ୍ତାପାଇ ସାପ୍ତାହିକ ହାଟକୁ ଯାଇଥିବା ବେଳେ ୨ଜଣ ବିଏସଏଫ ଯବାନ ରାଜୁଙ୍କୁ ଡାକି ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ପରେ ନିଖୋଜ ଥିବା ରାଜୁଙ୍କ କ୍ଷତ ବିକ୍ଷତ ମୃତଦେହ ଯନ୍ତାପାଇ ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥିଲା । ଘଟଣାର ତଦନ୍ତ କରି ଦୁଇ ବିଏସଏଫ ଯବାନଙ୍କ ଗିରଫ କରିବା ଲାଗି ଦାବି କରିଥିଲେ ବିଚ୍ଛିନ୍ନାଞ୍ଚଳବାସୀ ।

ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଉତ୍ତେଜିତ ଲୋକେ ଗତ ରବିବାର ଦିନ ବଡପଡା ଥାନା ଘେରାଉ କରିବା ସହ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏହାପରେ ମାଲକାନଗିରି ଏସପି ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ପ୍ରତିଶ୍ରୃତି ଦେବା ପରେ ଆନ୍ଦୋଳନରୁ ଲୋକେ ଓହରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ପୁଣି ଥରେ ତାତିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ ।

   Related Posts