ସେବାୟତଙ୍କୁ ଗିରଫ ପ୍ରତିବାଦରେ କାକଟପୁରର ମା’ ମଙ୍ଗଳାମନ୍ଦିରରେ ଅଚଳାବସ୍ଥା

Published By : Prameya-News7 Bureau | September 17, 2018 IST

ପୁରୀ ୧୭|୯: ସେବାୟତଙ୍କୁ ଗିରଫ ପ୍ରତିବାଦରେ କାକଟପୁରର ମା’ ମଙ୍ଗଳାମନ୍ଦିରରେ ଅଚଳାବସ୍ଥା । ବିଧି ମୁତାବକ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି, ହେଲେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସହଯୋଗ କରୁନାହାନ୍ତି ସେବାୟତ । ସକାଳୁ ସକାଳୁ ମାଆଙ୍କ ସବୁ ନୀତିକାନ୍ତି ଚାଲିଛି । କିନ୍ତୁ ଦର୍ଶନ ପାଇଁ ଯାଉଥିବା ଶହ ଶହ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିନପାରି ନିରାଶ ହୋଇ ଫେରୁଛନ୍ତି । ଆଜି ସଂକ୍ରାନ୍ତି ସହ ବିଶ୍ବକର୍ମା ପୂଜା । ତେଣୁ ଅନ୍ୟ ଦିନ ଅପେକ୍ଷା ଆଜି ମନ୍ଦିରକୁ ଅଧିକ ଶ୍ରଦ୍ଧାଳୁ ଆସୁଥିଲେ ବି ପୂଜା କରିନପାରି ନିରାଶ ହୋଇ ଫେରୁଛନ୍ତି । ପୁରୀ ବାଲିଘଶଟ ଅଞ୍ଚଳର ଜଣେ ମହିଳା ପରିବାର ସହ ମାଆଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ପୂଜକ ସେମାନଙ୍କୁ ମାଡ଼ ମାରିଥିବା କାକଟପୁର ଥାନାରେ ଅଭିଯୋଗ ହୋଇଥିଲା । ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ବାଲୁଙ୍କେଶ୍ବର ଦାଶ, ସୂର୍ଯ୍ୟନାରାୟଣ ପଣ୍ଡା ଓ ନଳିନୀ କାନ୍ତ ଦିକ୍ଷୀତଙ୍କୁ ଗିରଫ କରିଛି । ଯାହାର ପ୍ରତିବାଦ କରୁଛନ୍ତି ସମସ୍ତ ପୂଜକ ଓ ସେବାୟତ । ସେବାୟତଙ୍କ କହିବା କଥା ହେଲା ପ୍ରଥମେ ମହିଳା ଓ ସେମାନଙ୍କ ପରିବାର ଲୋକ ଆକ୍ରମଣ କରିଥିଲେ । ସିସି ଟିଭିରେ କଏଦ ହୋଇଛି ସେ ସମୟର ଦୃଶ୍ୟ । ପୋଲିସ ସିସି ଟିଭି ଆଧାରରେ ତଦନ୍ତ କରୁ ବୋଲି ସେବାୟତ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.