Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ସୀମା ଟପିଲା କ୍ରୁରତା, ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ମାଡ଼

3/04/2021 at 2:43 PM

କେନ୍ଦ୍ରାପଡ଼ା ୦୩।୦୪ : ଗାଁ ଦାଣ୍ଡରେ ମହିଳାଙ୍କ ମାଡ଼ । ମହିଳାଙ୍କ ତଳେ ପକାଇ ଉଲ୍ଲଗ୍ନ କରି ମାଡ଼ ମାରୁଥିବାର ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା କୋରଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ନିକିରାଇ ଥାନା କୋରଗାଁର ୨ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ପାରିବାରିକ ବିବାହ ଲାଗିରହିଥିଲା । ଯାହାର ପରିଣତି ଦେଖିବାକୁ ମିଳିଛି । ଶୁକ୍ରବାର ଅପରାହ୍ନରେ ଉଭୟ ପରିବାର ମଧ୍ୟରେ ପୂର୍ବ ଘଟଣାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ଉତ୍‌କ୍ଷୀପ୍ତ ହୋଇ କିଛି ଲୋକ ସୁଚିସ୍ମିତା ନାମକ ଜଣେ ମହିଳାଙ୍କ ବାଉଁଶରେ ଆକ୍ରମଣ କରିଥିଲେ । କେବଳ ପୁରୁଷ ନୁହେଁ ବରଂ ମହିଳାମାନେ ମଧ୍ୟ ଆକ୍ରମଣ କରିଥିଲେ । ମହିଳା ଜଣଙ୍କ ତଳେ ପଡିଯାଇଥିବା ବେଳେ ତାଙ୍କୁ ବାଉଁଶରେ ପିଟୁଥିବାର ଚିତ୍ର ଭାଇରାଲ ହେବାରେ ଲାଗିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ମହିଳାଙ୍କ ଗାଁ ଦାଣ୍ଡରେ ଉଲ୍ଲଗ୍ନ କରି ପିଟୁଥିବା ବେଳେ ସ୍ଥାନୀୟଲୋକ କେହି ବି ପ୍ରତିବାଦ କରିନଥିଲେ । ସମସ୍ତ ଘଟଣାକୁ ଦେଖୁ ଥିଲେ ମଧ୍ୟ କେହି ଆକ୍ରମଣରୁ ମହିଳାଙ୍କୁ ଉଦ୍ଧାର କରିନଥିଲେ । ସେପଟେ ମାମଲାକୁ ନେଇ ନିକଟସ୍ଥ ଥାନାରେ ଅଭିଯୋଗ କରାଯାଇଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts