କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା, ଚିକିତ୍ସାରେ ଅବହେଳା ଯୋଗୁଁ ଦୁଇ ରୋଗୀଙ୍କର ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | September 17, 2019 IST

କେନ୍ଦୁଝର ୧୭।୯: ରୋଗୀ ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ଦୁଇ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

{"id":158762}

ସୂଚନାଯୋଗ୍ୟ ଯେ, ଗତକାଲି ଦୁଇ ଜଣ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମୃତକ ହେଲେ କରଞ୍ଜିଆର ଯାତ୍ରୀ ପାତ୍ର ଓ ନରଣପୁରର କ୍ଷୀରୋଦିନୀ ପାତ୍ର । ସାପ କାମୁଡିବାରୁ ଅସୁସ୍ଥ ହେବାରୁ ଯାତ୍ରୀ ପାତ୍ରଙ୍କୁ ଭର୍ତ୍ତି କରାଯାଇଥିଲା । ସେହିପରି ଉଚ୍ଚ ରକ୍ତଚାପ କାରଣରୁ ଭର୍ତ୍ତି ହୋଇଥିଲେ କ୍ଷୀରୋଦିନୀ ପାତ୍ର । ତେବେ ଉଭୟଙ୍କର ମୃତ୍ୟୁ ଚିକିତ୍ସା ଅଭାବରୁ ହୋଇଥିବା ଅଭିଯୋଗ କରି ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.