ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ : ହସ୍ପିଟାଲ ପରିସରରେ ଉତ୍ତେଜନା

Published By : Prameya-News7 Bureau | September 23, 2019 IST

କରଞ୍ଜିଆ ୨୩।୯: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି । ଏହାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ଡାକ୍ତରଙ୍କୁ ଠେଲା ପେଲା କରିଛନ୍ତି । ଫଳରେ ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା । ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଛି ।

{"id":161487}

ସୂଚନା ଅନୁସାରେ ଗତ ଶନିବାର ସକାଳେ ସାମାନ୍ୟ ବାନ୍ତି ହେଉଥିବା ନେଇ କରଞ୍ଜିଆ ଏନଏସିର ଜୈନକ ମହିଳା ମେଡିକାଲକୁ ଆସିବା ପରେ କେବଳ ୧-୨ଟି ସଲାଇନ ଦେଇ ରୋଗୀଙ୍କୁ ଚାଲିଯିବାକୁ କହିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଶନିବାର ସନ୍ଧ୍ୟା ସମୟରେ ରୋଗୀ ଜଣଙ୍କ ଘରକୁ ଯିବା ପରେ ପୁଣି ଗତକାଲି ରାତିରେ ଆଉ ଥରେ ପୂର୍ବ ଭଳି ବାନ୍ତି ହେବାରୁ ଡାକ୍ତରଖାନାରେ ଆସିଥିଲେ ।

{"id":161488}

ତେବେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ପରିବାର ଲୋକେ ଉତକ୍ଷିପ୍ତ ହୋଇ ପାଟିତୁଣ୍ଡ କରିଥିଲେ । ଫଳରେ କିଛି ସମୟ ଧରି ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା । ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକ ଅଭିଯୋଗ କରିଥିଲେ । ତେବେ ପରିବାର ଲୋକ ଏବଂ ସ୍ଥାନୀୟଲୋକ ଡାକ୍ତରଙ୍କୁ ଠେଲାପେଲା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.