ନକଲି ଭାବି ଅସଲି ପୋଲିସ ଉପରେ ଆକ୍ରମଣ ; ୭ ଅଫିସର ଆହତ, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

Published By : Prameya-News7 Bureau | January 07, 2021 IST

କନ୍ଧମାଳ୦୭।୦୧: ପୋଲିସ ଉପରକୁ ଆକ୍ରମଣ । ଗଞ୍ଜେଇ କାରବାର ଉପରେ ଚଢାଉ ବେଳେ ପୋଲିସ ଉପରେ ଆକ୍ରମଣ ହୋଇଛି । ନକଲି ପୋଲିସ ଭାବି ଅସଲି ପୋଲିସ ଉପରେ ଆକ୍ରମଣ କରାଯାଇଛି । ଫୁଲବାଣୀ ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗାଁର ଘଟଣା ।

{"id":388194,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଫୁଲବାଣୀ ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗାଁରେ ଗଞ୍ଜେଇ କାରବାର ଚାଲୁଥିବା ନେଇ ପୋଲିସକୁ ଖବର ମିଳିଥିଲା । ଯାହାପରେ ପୋଲିସ ଗାଁରେ ଚଢାଉ କରିବାକୁ ଆସିଥିଲା । କିନ୍ତୁ ଚଢାଉ କରିବାକୁ ସ୍ଥାନୀୟଲୋକଙ୍କ ରୋଷର ଶୀକାର ହୋଇଛି ।  ସାଧା ପୋଷାକରେ ଆସିଥିବା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ଉପରେ ଆକ୍ରମଣ ହୋଇଛି ।

{"id":388195,"sizeSlug":"large","linkDestination":"none"}

ଉତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରମଣରେ ୭  ଏସ୍‌ଆଇଟି ଅଫିସର ଆହତ ହୋଇଛି । ସେପେଟେ ଘଟଣାସଂପର୍କରେ ଖବର  ପାଇ ସଦର ଥାନା ପୋଲିସ ପହଞ୍ଚି ଅଟକ ସ୍ବତନ୍ତ୍ର ଟିମ୍‌କୁ ଉଦ୍ଧାର କରିଛି । ଆହତ ସମସ୍ତ ଅଧିକାରୀଙ୍କ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ତେବେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଗିରଫ ଭୟରେ  ଗାଁ ପୁରୁଷଶୂନ୍ୟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.