ଢେଙ୍କାନାଳ ୨୬|୧: ଢେଙ୍କାନାଳ କଣ୍ଟେଇ ବୋଳିଆ କଳ୍ପତରୁ ଆଶ୍ରମରେ ପୁଣି ଉତ୍ତେଜନା । ନିଜ ନିଜ ପିଲାଙ୍କୁ ଘରକୁ ଫେରାଇ ନେବାକୁ ଆସିଛନ୍ତି ଅଭିଭାବକ । ତେବେ ଜିଲ୍ଲା ପ୍ରଶାସନ ପିଲାଙ୍କୁ ନଛାଡିବାରୁ ଉତ୍ତେଜନା ପ୍ରକାଶ ପାଇଛି । ପିଲାମାନଙ୍କୁ ଆଶ୍ରମରେ ଅତ୍ୟାଚାର ପରେ ମୁରାରୀ ବାବା ଏବେବି ଫେରାର ରହିଛନ୍ତି । ମୁରାରୀ ବାବା ଫେରାର ପରେ ଜିଲ୍ଲା ପ୍ରଶାସନ କବଜାରେ ଅଛି ଆଶ୍ରମ ।
ସେପଟେ କଳ୍ପତରୁ ଆଶ୍ରମରୁ ନିଖୋଜ ୧୦ ବର୍ଷର ଶିଶୁ ଉଦ୍ଧାର ପରେ ତାର ଡାକ୍ତରୀ ପରୀକ୍ଷା କରାଯାଇଛି । ଶିଶୁର ଦେହ ସାରା ମାଡ ଦାଗ ରହିଥିବା ବେଳେ ପେଟ, ଛାତିରେ ଗଭୀର ଆଘାତ ଥିବା ଜଣା ପଡିଛି । ଆଶ୍ରମର ବାବା ମୁରାରୀ ଦାସ ଶିଶୁଟିକୁ ଗାଈ ଗୁହାଳ ଗୋବର ପୋଛି ଗାଈ ମାନଙ୍କୁ ଖାଇବାକୁ ଦେବାକୁ କହିଥିଲା । ଏଥିରେ ବିଳମ୍ବ ହେବାରୁ ତାକୁ ଅମାନୁଷିକ ଭାବେ ଏକ କଣ୍ଟା ବାଡିରେ ନିସ୍ତୁକ ମାଡ ମାରିଥିଲା । ଫଳରେ ଭୟରେ ସେ ଢେଙ୍କାନାଳ ଶ୍ୟାଚରଣପୁର ଷ୍ଟେସନ୍ ନିକଟରେ ଲୁଚିଥିବା କହିଥିଲା । ଏପରିକି ବାବା ଅନ୍ୟ ଶିଶୁମାନଙ୍କୁ ଛୋଟ ଛୋଟ କଥାରେ ଶାରିରୀକ ନିର୍ଯାତନା ଦେଉଥିବା ପିଲାଟି କହିଛି । ଉଦ୍ଧାର ଶିଶୁକୁ ଶିଶୁ ଗୃହକୁ ପଠାଇ ଦିଆଯାଇଥିବା ବେଳେ ଫେରାର ବାବାକୁ ପୋଲିସ ଖୋଜୁଛି ।