ବିଶ୍ବକପ୍ ହକି ଉଦଘାଟନୀ ମ୍ୟାଚ୍ ଟିକେଟ୍ ନମିଳିବାରୁ ହୋ ହଲ୍ଲା, ଭଂଗାରୁଜା
15/11/2018 at 7:41 PM

ଭୁବନେଶ୍ବର ୧୫|୧୧: ହକି ଟିକେଟ୍ ପାଇଁ ହାଲ୍ଲାବୋଲ। ଟିକେଟ୍ କାଉଣ୍ଟର ଆଗରେ ଦର୍ଶକଙ୍କ ଭଙ୍ଗାରୁଜା। ଟିକେଟ୍ ବିକ୍ରି ନହେବାରୁ ତାତିଲେ ଦର୍ଶକ। ହକି ବିଶ୍ବ କପ୍ ଉଦଘାଟନୀ ଉତ୍ସବ ଟିକଟ୍ ନ ମିଳିବାରୁ ଭୁବନେଶ୍ବର କଳିଙ୍ଗଷ୍ଟାଡିୟମ ୯ ନମ୍ପର ଗେଟ୍ ଆଗରେ ଭଙ୍ଗାରୁଜା ହୋଇଛି।
ହକି ଟିକେଟ୍ କାଉଣ୍ଟର ଆଗରେ ଦର୍ଶକଙ୍କ ଭଙ୍ଗାରୁଜା। ଉତ୍ତ୍ୟକ୍ତ ଲୋକେ କାଉଣ୍ଟର ସାମ୍ନାରେ ପୋଷ୍ଟର ଓ ବାରିକେଡ୍ ଭଙ୍ଗାରୁଜା କରିଛନ୍ତି । ଉଦଘାଟନୀ ଉତ୍ସବ ଟିକେଟ୍ ନ ମିଳିବାରୁ କଳିଙ୍ଗ ଷ୍ଠାଡିୟମର ୯ ନମ୍ବର ଟିକେଟ୍ କାଉଣ୍ଟର ଆଗରେ ଦର୍ଶକଙ୍କ ଭଙ୍ଗାରୁଜା। ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ୍। ୨୭ ତାରିଖରେ ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବ ପାଇଁ ଆଜି ୯ ନମ୍ବର ଗେଟ୍ କାଉଣ୍ଟରରେ ଟିକେଟ୍ ବିକ୍ରି ହେବାର ଥିଲା। ହେଲେ ଟିକେଟ୍ ବିକ୍ରି ନହେବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉଦଘାଟନୀ ଉତ୍ସବରେ ଏ ଆର ରହମାନଙ୍କ ସହ ବଲିଉଡ ତାରକା ଶାହାରୁଖ ଖାନ୍ ଯୋଗଦେବେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟନୀ ଉତ୍ସବକୁ ମିସ୍ କରିବାକୁ ଚାହୁନାହାନ୍ତି ଦର୍ଶକ। କିଏ ରାତିରୁ ଆସି ଟିକେଟ୍ ପାଇ ଜଗିବସିଥିଲା ତ ଆଉ କିଏ ଟିକେଟ୍ ପାଇଁ ଲମ୍ବା ଧାଡିରେ ନିରାଶ ହୋଇଛନ୍ତି।
ରାତିରୁ ଧାଡିଲେ ଲମ୍ବା ଲାଇନ ଲଗାଇଥିଲେ ଦର୍ଶକ। ବିଶ୍ବକପ ହକି ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି ହେବ ବୋଲି ପୂର୍ବରୁ କ୍ରୀଡ଼ା ସଚିବ ବିଶାଳ ଦେବ ଘୋଷଣା କରିଥିଲେ। ୧୫ ତାରିଖରୁ ଟିକେଟ୍ ମିଳିବ ବୋଲି କୁହାଯାଇଥିଲା। ଆଉ ଏହାର ଦାମ ୫ ଶହ ଟଙ୍କା ରହିବ ବୋଲି ସଚିବ ପ୍ରେସ୍ମିଟରେ ସୂଚନା ଦେଇଥିଲେ। ଗତକାଲି ରାତିରୁ ହଜାର ହଜାର ହକି ପ୍ରେମୀ ଉତ୍ସାହର ସହିତ ଟିକେଟ୍ ଆଶାରେ କାଉଣ୍ଟର ସାମ୍ନାରେ ଲାଇନ୍ ଲଗାଇଥିଲେ। ହେଲେ ଟିକେଟ୍ ବିକ୍ରି ହୋଇନଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଓଲଟା ଗେଟ ଆଗରେ ଉଦଘାଟନୀ ଉତ୍ସବର ଟିକେଟ ବିକ୍ରି ହେବନି ବୋଲି ଲଟକା ମରାଯାଇଥିଲା। ସେପେଟ ହକି ବିଶ୍ବକପ୍ ଉଦ୍ଘାଟନୀ ଉତ୍ସବ ଟିକେଟ୍ ବିକ୍ରି ପ୍ରସଙ୍ଗରେ କେବେଠୁ ଟିକେଟ୍ ବିକ୍ରି ହେବ ଆସନ୍ତା କାଲି ସୂଚନା ଦିଆଯିବ। କାଉଣ୍ଟରରେ ନୁହେଁ ସମସ୍ତ ଟିକେଟ୍ ଅନ୍ଲାଇନରେ ମିଳିବ, କେତେ ଟିକେଟ୍ ବିକ୍ରି ହେବ ନିଷ୍ପତ୍ତି ନିଆଯାଇନି ବୋଲି ସଫେଇ ଦେଇଛନ୍ତି କ୍ରୀଡ଼ା ସଚିବ।
ପୂର୍ବରୁ ଭାରତ ଖେଳିବାକୁ ଥିବା ମ୍ୟାଚ ଗୁଡ଼ିକର ଟିକେଟ୍ ମଧ୍ୟ କାଉଣ୍ଟରରେ ମିଳି ନ ଥିଲା। ଏଥିଯୋଗୁଁ ହକି ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ଆଗାମୀ ଦିନରେ ହକି ଟିକେଟ୍ ନେଇକୁ ଅସନ୍ତୋଷ ଦେଖାଦେବାର ଆଶଙ୍କା ରହିଛି।