Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ବଢିଲାଣି କାଳିଆ କଳି : ଉତ୍କଳ ଦିବସରେ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିବନି

30/03/2019 at 6:12 PM

ଭୁବନେଶ୍ବର ୩୦|୩: ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଦ୍ବିତୀୟ କିସ୍ତି ଅର୍ଥ ବଣ୍ଟନ ବିବାଦ ଏବେ ବଢି ବଢି ଚାଲିଛି । ଯୋଜନାକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସରକାରଙ୍କୁ ଅଧିକ ତଥ୍ୟ ମାଗିବା ପରେ ଏବେ ଦ୍ବିତୀୟ କିସ୍ତି ଅର୍ଥ ବଣ୍ଟନକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ବିନା ସ୍କ୍ରିନିଂ କମିଟିରେ ସରକାର ଏହି ପ୍ରସ୍ତାବ ସିଧା ନିର୍ବାଚନ ଅଧିକାରୀଙ୍କ ପାଖକୁ ପଠାଇଥିଲେ ଯାହା ଉପରେ ଅଧିକ ତଥ୍ୟ ମାଗିଛନ୍ତି ସିଇଓ । ଯାହାକୁ ନେଇ ମୁହାଁମୁହଁ ହୋଇଛନ୍ତି ବିଜେପି ଓ ବିଜେଡି।

ବଢୁଛି କାଳିଆ କଳି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିଲେ ଏପ୍ରିଲ ୧ରେ ମିଳିବ ଦ୍ବିତୀୟ ପର୍ଯ୍ୟାୟ କାଳିଆ ଟଙ୍କା। ହେଲେ ଏବେ କାଳିଆ ଟଙ୍କା ଝୁଲିଛି ଦ୍ବନ୍ଦ୍ବରେ  । କାଳିଆ ଯୋଜନାରେ ଅର୍ଥ ବଣ୍ଟନ ପାଇଁ ରାଜ୍ୟ ସରକାର ସ୍କ୍ରିନିଙ୍ଗ କମିଟି ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ନାହାନ୍ତି ।

ପ୍ରଥମ କିସ୍ତି ଅର୍ଥ କାହାକୁ ଦିଆଯାଇଛି ଓ ଦ୍ବିତୀୟ  କିସ୍ତି କାହାକୁ କାହାକୁ ମିଳିବ ସେନେଇ ଚୁଡାନ୍ତ ତାଲିକା ଦାଖଲ କରିନାହାନ୍ତି ।  ଏହାକୁ ପରେ ସ୍କିନିଂ କମିଟି ମାଧ୍ୟମରେ ସରକାର ପୁଣି ଥରେ ପଠାଇଛନ୍ତି । ଏହା ଉପରେ ଅଧିକ ତଥ୍ୟ ମାଗିଛନ୍ତି ସିଇଓ । ବିଜେପି କହିଛି  ବିଜେଡି ସରକାର ଅର୍ଥ ବରାଦ ନକରି କେବଳ ନିର୍ବାଚନ ବୈତରଣୀ ପାର ହେବାକୁ ଏମିତି ଯୋଜନା କରିଛନ୍ତି ।

ସେପଟେ କେନ୍ଦ୍ର ସରକାର ଆରମ୍ଭ କରିଥିବା ପିଏମ କିଷାନ ନିଧି ଯୋଜନା ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି । ଏହି ଯୋଜନାରେ ଅନ୍ୟ କିସ୍ତି ଦେବାକୁ ସ୍କ୍ରିନିଂ କମିଟି ମାଧ୍ୟମରେ ନିର୍ବାଚନ କମିଶନଙ୍କ ପାଖରେ ତାଲିକା ଦାଖଲ କରାଯାଇଛି। ଯାହାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି ।

କେନ୍ଦ୍ର ସରକାର ଯଦି ନିର୍ବାଚନ ବେଳେ ପିଏମ କିଷାନ ନିଧି ଯୋଜନା ଟଙ୍କା ଦେଇ ପାରିବେ ତାହେଲେ କାଳିଆ ଟଙ୍କା କାହିଁକି  ବାଣ୍ଟା ହେବନି । କଂଗ୍ରେସ  କହିଛି ଉଭୟ ସରକାର ଯୋଜନା ନାଁରେ ଟଙ୍କା ବାଣ୍ଟି ଭୋଟ ସାଉଁଟୁଛନ୍ତି।

କାଳିଆ ଯୋଜନାକୁ ନେଇ ଉଭୟ ବିଜେପି ଓ ବିଜେଡି ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି ଆଉ ପରସ୍ପର ମୁଣ୍ଡରେ ଅଠା ବୋଳା ବୋଳି ହେଉଛନ୍ତି ସିନା ସ୍ପଷ୍ଟ ହେଲାଣି ଉତ୍କଳ ଦିବସରେ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିବନି ।

   Related Posts