Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଝାରପଡ଼ା ଜେଲ୍‌ରେ କଏଦୀ ମାର୍‌ପିଟ୍‌, ଜଣଙ୍କ ମୁଥରେ ଅନ୍ୟଜଣଙ୍କ ନାକ ଫାଟିଛି ! ଥାନାରେ ୨ଟି ଏତଲା

23/05/2020 at 2:23 PM

ଭୁବନେଶ୍ୱର ୨୩।୦୫: ଝାରପଡ଼ା ଜେଲ୍‌ରେ ଅଭିଯୁକ୍ତମାନେ ମାର୍‌ପିଟ ହୋଇଛନ୍ତି । ଦୁଇ ଜଣ କଏଦୀ ରକ୍ତାକ୍ତ ହୋଇ ହସ୍ପିଟାଲ୍‌ ଯାଇଛନ୍ତି । ଏ ସମ୍ପର୍କରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି । ତେବେ ମାର୍‌ପିଟ ନେଇ ଜେଲ୍‌ର ଅଧୀକ୍ଷକ କିଛି କହିନାହାନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଶୁକ୍ରବାର ପୂର୍ବାହ୍ନରେ ଲକ୍ଷ୍ନୌ ଜେଲ୍‌ରୁ ଆସିଥିବା ବରୁଣ ଚତୁର୍ବେଦୀ ଟିଭି ଦେଖୁଥିଲେ । ଏହି ସମୟରେ ସେଠାରେ ପହଞ୍ଚିଥିଲେ ରାଜେଶ ବାରିକ ନାମକ କଏଦୀ । ସେ ବରୁଣକୁ ପଚାରିଥିଲେ, ତୁମେ କ’ଣ ପାଇଁ ଥାନାରେ ଏଣୁ ତେଣୁ ଏତଲା ଦେଉଛ । ପୁଲିସ୍‌ ଆସି ଜେଲ୍‌ ଭିତରେ ତଦନ୍ତ କରୁଛି । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ରାଗି ଯାଇ ରାଜେଶ ପ୍ରଥମେ ବରୁଣଙ୍କ ମୁହଁକୁ ମୁଥ ମାରିଥିଲେ । ବରୁଣଙ୍କ ନାକ ଫାଟି ଯାଇଥିଲା। ବରୁଣ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ । ୱାର୍ଡେନ୍‌ ସେଠାରେ ପହଞ୍ଚି ଉଭୟଙ୍କୁ ଅଟକାଇଥିଲେ । ସେତେବେଳକୁ ରକ୍ତାକ୍ତ ହୋଇ ସାରିଥିଲେ ବରୁଣ । ତାଙ୍କୁ ଜେଲ୍‌ ହସ୍ପିଟାଲ ନିଆ ଯାଇଥିଲା । ରାଜେଶ ମଧ୍ୟ ଆହତ ହୋଇଥିଲେ । ଜେଲ୍‌ ଅଧୀକ୍ଷକ ଉଭୟଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାକୁ ଏତଲା ପଠାଇଥିଲେ ।

ଏନେଇ ଲକ୍ଷ୍ମୀସାଗର ଥାନା ଆଇଆଇସି ଦୟାନିଧି ନାୟକ କହିଛନ୍ତି, ଜେଲ୍‌ ଭିତରେ ୨ କଏଦୀଙ୍କ ମଧ୍ୟରେ ମାର୍‌ପିଟ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ୨ଟି ଏତଲା ଥାନାକୁ ଆସିଛି । ତଦନ୍ତ ପରେ ଘଟଣାର ସତ୍ୟସତ୍ୟ ଜଣାପଡ଼ିବ । ସେହିପରି କିଛି ଦିନ ତଳେ ଜେଲ୍‌ରେ ଏଟି ଚିଟ୍‌ଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ ଓ ଅନ୍ୟ ଜଣେ କଏଦୀ ନାରଣଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ ଲାଗିଥିଲା । ଏ ବିଷୟରେ ଜାଣିବା ପାଇଁ ଆମେ ଜେଲ୍‌ ଅଧୀକ୍ଷକ ଡି.ଏନ୍‌ ବାରିକଙ୍କୁ ଫୋନ୍‌ କରିଥିଲୁ । ହେଲେ ସେ କିଛି ଉତ୍ତର ଦେଇ ନଥିଲେ । ତେବେ ଜେଲ୍‌ର ଅନ୍ୟ କର୍ମଚାରୀମାନେ ମାର୍‌ପିଟ ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି । କରୋନା ପ୍ରତିଷେଧକ ପାଇଁ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ କଏଦୀଙ୍କୁ କୋର୍ଟରେ ହାଜର କରାଯାଉଛି । ହାକିମଙ୍କ ଆଗରେ ଜେଲ୍‌ ବିରୋଧରେ ଅରୁଣ ଚତୁର୍ବେଦୀ, ତାଙ୍କ ଭାଇ ବରୁଣ ଓ ପ୍ରଦୀପ ସେଠୀ ଅଭିଯୋଗ ଉଠାଇ ଥିଲେ । ଯେଉଁମାନେ ଜେଲ୍‌ ବିରୋଧରେ ଅଭିଯୋଗ କରିଥିଲେ ସେମାନଙ୍କୁ ଆକ୍ରମଣ ହେଉଛି ।

   Related Posts