ଲୁଟ୍ କରିବାକୁ ଆସିଥିଲେ, ଦୋକାନୀଙ୍କ ହାବୁଡରେ ପଡି ଖାଇଲେ ଉତ୍ତମ ମଧ୍ୟମ
6/04/2021 at 12:51 PM

ଜଳେଶ୍ୱର ୦୬।୦୪: ଫସର ଫାଟିଲା ଲୁଟ୍ ଯୋଜନା । ଲୁଟ୍ କରିବାକୁ ଆସି ଲୋକଙ୍କ ହାବୁଡ଼ରେ ପଡି ଛେଚା ଖାଇଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ବୃତ୍ତଙ୍କୁ କାବୁ କରିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଶିମୁଳିଆ ହାଟ ନିକଟରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଶିମୁଳିଆ ହାଟରେ ଜଗନ୍ନାଥ ଜୁଏଲାରୀ ମାଲିକ ରାଜେନ୍ଦ୍ର ଆଦତ ଦୋକାନ ଖୋଲୁଥିଲେ । ତିନି ଜଣ ଲୁଟେରା ତାଙ୍କ ମଟର ସାଇକେଲ ଡିକିରେ ଥିବା ସୁନା ଓ ଗହଣାକୁ ଲୁଟି ନେଇ ଚମ୍ପଟ ମାରୁଥିଲେ । ଠିକ୍ ଏହି ସମୟରେ ନିକଟରେ ଥିବା ଦୋକାନୀମାନେ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଲୁଟେରାଙ୍କୁ କାବୁ କରି ଛେଚି ଥିଲେ ସ୍ଥାନୀୟଲୋକେ । ସେମାନଙ୍କ ଠାରୁ ସମସ୍ତ ଗହଣା ଜବତ ମଧ୍ୟ କରିଥିଲେ । ଏହା ପରେ ବାଲିଆପାଳ ପୋଲିସ ଲୁଟେରା ମାନଙ୍କୁ ଉତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧାର କରି ତଦନ୍ତ ଝାରି ରଖିଛି । ଲୁଟେରା ମାନେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।