ବାଲେଶ୍ୱର ଇଶ୍ୱରପୁର ଟିଏମସି ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ

Published By : Prameya-News7 Bureau | May 28, 2020 IST

ନୀଳଗିରି,୨୮|୦୫: ଏବେ କରୋନା ମହାମାରୀ ସହିତ ଲଢ଼ିବାକୁ ସରକାର ଯୋଜନା ଉପରେ ଯୋଜନା ଯୋଗାଉଛନ୍ତି।ହେଲେ ଏହି ଯୋଜନା ସବୁ ବାଟବଣା ହୋଇଥିବା ଅଭିଯୋଗ ଉଠିଛି।ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଈଶ୍ୱରପୁର ପଂଚାୟତରେ ଥିବା ଟିଏମସି ସେଣ୍ଟର ଗୁଡିକରେ ଏଭଳି ଅବ୍ୟବସ୍ଥାର ଚିତ୍ର ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ ସ୍ତାନୀୟ ସରପଞ୍ଚଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳିପାରୁନଥିବା ଅଭିଯୋଗ ଉଠିଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକର ଈଶ୍ୱରପୁର ପଂଚାୟତରେ ହାଇସ୍କୁଲରେ ଥିବା ଟିଏମସି ସେଣ୍ଟର ରେ ଅବ୍ୟବସ୍ଥା ନେଇ ରହୁଥିବା ପ୍ରବାସୀ ମାନେ ଭିଡିଓ ଭାଇରାଲ କରିବା ପରେ ପୁଣି ବାଙ୍କୀପଦା ପ୍ରଥମିକ ବିଦ୍ୟାଳୟ ରେ ହୋଇଥିବା ଟିଏମସି ସେଣ୍ଟରରେ ଅବ୍ୟବସ୍ଥା ପଦାରେ ପଡିଛି। ଏଥିରେ ୨୦ ଜଣ ପ୍ରବାସୀ ରହିଥିବା ବେଳେ ପାଣି ଓ ବିଦ୍ୟୁତ ର ଅବ୍ୟବସ୍ଥା ଲାଗିରହିଛି।ସେଣ୍ଟର ରେ କେହି ସିକ୍ୟୁରୀଟି ନଥିବା ବେଳେ ବୁଖିବା ପାଇଁ କେହି ନଥିବା ଅଭିଯୋଗ ଉଠିଛି। ସରକାର ସେଣ୍ଟର ଗୁଡିକରେ ବିଦ୍ୟୁତ ଗଲେ ଇନଭେଟର ବ୍ୟବସ୍ଥା ଲାଗି ନିୟମ ରହିଥିବା ବେଳେ ଏଠାରେ ଏହାର ବିଚ୍ୟୁତ ଘଟିଥିବା ଜୁହାଯାଇଛି।ଦୁଇଦିନ ଧରି ବିଦ୍ୟୁତ ବିଭ୍ରାଟ ଲାଗିରହିଥିବା ବେଳେ ପ୍ରବଳ ଗରମରେ ଅନ୍ତେବାସୀ ହନ୍ତସନ୍ତ ହେଉଥିବା ଜଣାପଡିଛି।ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କଲେ କଣ ଆକାଶ ଛିଣ୍ଡି ଖସି ପଡିଥିବା କହିଥିବା ବେଳେ ବ୍ୟବସ୍ଥା କରିହେବ ନାହିଁ ବୋଲି କହିଥବା ଅନ୍ତେବାସୀ କହନ୍ତି।

ସରକାର ପ୍ରବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା ପଂଚାୟତ ତରଫରୁ ଯୋଗାଇବାର ବ୍ୟବସ୍ଥା ରଖିଥିଲେ ମଧ୍ୟ ସେଣ୍ଟର ର ଭିଡିଓ ଫୁଟେଜ ଭାଇରାଲ କରି ଘଟଣାର ସମାଧାନ ରୂପକ ପଦକ୍ଷେପ ନେବାକୁ ପ୍ରବାସୀମାନେ ଦାବି କରିଛନ୍ତି।ଏନେଇ ସ୍ଥାନୀୟ ସରପଞ୍ଚ ଅଭୟ ହେମ୍ରମ ଙ୍କ ମତାମତ ନେବାପରେ ଅବ୍ୟବସ୍ଥା ନେଇ ଅଭିଯୋଗ ପାଇବା ପରେ ସେ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ତେବେ ରହୁଥିବା କିଛି ପ୍ରବାସୀ ବିଶୃଙ୍କଳା କରି ଏଭଳି ମିଥ୍ୟା ଅଭିଯୋଗ ଆଣୁଥିବା କହିଛନ୍ତି। ତେବେ ଈଶ୍ୱରପୁର ପଂଚାୟତର ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଉଠିବାପରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେଇ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.