ସୀମାରେ ଉତ୍ତେଜନା : ଅନ୍ତର୍ଜାତୀୟ ସୀମାରେ ରାସ୍ତାକୁ ମାଡ଼ି ଆସିଲେ ନେପାଳୀ ,ଅଟକାଇଲେ ଭାରତୀୟ ଯବାନ

Published By : Prameya-News7 Bureau | July 23, 2020 IST

ଚମ୍ପାବତ ୨୩/୭: ଚମ୍ପାବତ ଜିଲ୍ଲାର ଟନକପୁର ସହ ଲାଗିଥିବା ଭାରତ-ନେପାଳ ଆନ୍ତର୍ଜାତୀୟ ସୀମାରେ ବୁଧବାର ସନ୍ଧ୍ୟା ଅଶାନ୍ତ କ୍ଷେତ୍ର ୮୧୧ରେ ପାଖାପାଖି ୧୫୦ନେପାଳୀ ନାଗରିକ ଏକାଠି ହୋଇ କବଜା କରିବାକୁ ଉଦ୍ୟମ କରିଥିଲେ।

ନେପାଳୀ ନାଗରିକମାନେ କେବଳ ଅଶାନ୍ତ କ୍ଷେତ୍ରରେ ୧୪-୧୫ଟି ପକ୍କା ଖୁଣ୍ଟ ପୋତି ତାରବାଡ଼ ଘେରାଇ ନଥିଲେ,ବରଂ ସୁଯୋଗ ପାଇ ଗଛ ମଧ୍ୟ ଲଗାଇ ଦେଇଥିଲେ।

ସୂଚନା ମିଳିବା କ୍ଷଣି ଏସଏସବି ଏବଂ କୋତଓ୍ବାଲି ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନେପାଳୀ ପ୍ରଦର୍ଶନକାରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ସେମାନେ ମାନି ନଥିଲେ।

ବିବାଦ ବଢ଼ିବାର ଦେଖି ନେପାଳ ଆର୍ମଡ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ବିଳମ୍ବିତ ସନ୍ଧ୍ୟାରେ ନେପାଳୀ ପ୍ରଦର୍ଶନକାରୀ ଘଟଣାସ୍ଥଳରେ ରହିଥିଲେ,ଯାହା କାରଣରୁ ଆନ୍ତର୍ଜାତୀୟ ସୀମାରେ ହଠାତ୍ ଅଶାନ୍ତି ବଢ଼ିଯାଇଥିଲା।

କବଜାର ସୂଚନା ପାଇ ଏସଏସବିର ଡେପୁଟି କମାଣ୍ଡେଣ୍ଟ,ପୋଲିସ୍ ଏବଂ ନେପାଳ ଏପିଏଫ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସୀମାରେ ବଢ଼ୁଥିବା ଅଶାନ୍ତିକୁ କମ୍ କରିବା ପାଇଁ ବିଳମ୍ବିତ ସନ୍ଧ୍ୟା ଯାଏଁ ଦୁଇ ଦେଶର ଅଫିସର ମଧ୍ୟରେ କଥାବାର୍ତ୍ତା ଚାଲିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.