ଆଡିଲେଡ୍ ଉପରେ କରୋନା ଛାଇ, ସଂକ୍ରମଣ ବଢିବାରୁ ବର୍ଡର ସିଲ୍, ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ ନେଇ ଆଶଙ୍କା

Published By : Prameya-News7 Bureau | November 16, 2020 IST

ସିଡନୀ,୧୬|୧୧: ଭାରତୀୟ କ୍ରିକେଟ୍ ଟିମ୍ ଦିନିକିଆ, ଟେଷ୍ଟ୍ ଓ ଟି୨୦ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିଛି । ଏଠାରେ ଭାରତ ନଭେମ୍ବର ୨୭ରୁ ଦିନିକିଆ ସିରିଜ ଖେଳିବ । ସେହିପରି ଡିସେମ୍ବର ୧୭ରୁ ଆଡିଲେଡ୍ ଟେଷ୍ଟ୍ ଆରମ୍ଭ ହେବ । ଚାରି ମ୍ୟାଟ୍ ବିଶିଷ୍ଟ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ୍ ଆଡିଲେଡର ହେବ ।

ଏହି ଦିବାରାତ୍ର ଟେଷ୍ଟ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଚଳିତ ଗସ୍ତରେ ପ୍ରଥମ ଓ ଶେଷ ଟେଷ୍ଟ୍ ହେବ । କାରଣ ଏହାପରେ ସେ ପିତୃତ୍ୱ ଅବକାଶ ନେଇ ଭାରତ ଫେରିଆସିବେ । ତେବେ ଆଡିଲେଡ୍ ଟେଷ୍ଟକୁ ନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଏବେ ବିଭିନ୍ନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି । ଦକ୍ଷିଣ ଅଷ୍ଟ୍ରେଲିଆରେ ଲଗାତର ଭାବେ କରୋନା ମାମଲା ବଢିବାରେ ଲାଗିଛି । ଏହାକୁ ନେଇ ଆଡିଲେଡ୍ ଟେଷ୍ଟ ଆଶଙ୍କାରେ ରହିଛି । ଆଡିଲେଡ୍ ଅନ୍ୟ ରାଜ୍ୟଗୁଡିକୁ ଦକ୍ଷିଣ ଅଷ୍ଟ୍ରେଲିଆ ସହ ସୀମାକୁ ବନ୍ଦ କରିବା ପାଇଁ କହିଛି । କରୋନାର ଦ୍ୱିତୀୟ ଲହର ପାଇଁ ଅନେକ ଆଇସୋଲେସନରେ ରହିଛନ୍ତି । ଆଉ କିଛି ନିଜ ବ୍ୟବସାୟ ମଧ୍ୟ ବନ୍ଦ କରିଦେଲେଣି । କ୍ରିକେଟ୍ ଅଷ୍ଟ୍ରେଲିଆ ଦକ୍ଷିଣ ଅଷ୍ଟ୍ରେଲିଆର ସ୍ଥିତି ଉପରେ ନଜର ରଖିଛି ।   ଏନେଇ କ୍ରିକେଟ ଅଷ୍ଟ୍ରେଲିଆର ମୁଖପାତ୍ର ସ୍ଥାନୀୟ. ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆଡିଲେଡରେ ଡିସେମ୍ବର ୧୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ .। ଏହାର ଠିକ୍ ଗୋଟିଏ ମାସ ପୂର୍ବରୁ ଦକ୍ଷିଣ ଅଷ୍ଟ୍ରେଲିଆରେ ସ୍ଥିତି ଖରାପ ହେଉଥିବା ନଜର ଆସୁଛି । ପଶ୍ଚିମ ଅଷ୍ଟ୍ରେଲିଆ, ତସମାନିଆ ଓ ଉତ୍ତରାଞ୍ଚଳରେ ସରକାର କ୍ୱିନସଲ୍ୟାଣ୍ଡ୍ ସହ ଲାଗିଥିବା ସୀମାକୁ ବନ୍ଦ କରିଦେଇଛନ୍ତି । ଏହାସହ ସୋମବାର ଆଡିଲେଡରୁ ଆସୁଥିବା ଲୋକଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.