Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ସରାଙ୍ଗସ୍ଥିତ ଆଇଜିଆଇଟିରେ ଉତ୍ତେଜନା – ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ, ମୁଖ୍ୟ ଫାଟକରେ ତାଲା ପକାଇଲେ ଉତ୍ତ୍ୟକ୍ତ ଛାତ୍ର

18/11/2019 at 10:48 PM

ଢେଙ୍କାନାଳ ୧୮।୧୧ – ଢେଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଇନ୍ଦିରାଗାନ୍ଧି ବୈଷୟିକ ଶିକ୍ଷା ଅନୁଷ୍ଠାନରେ ରବିବାର ତୃତୀୟ ଓ ଶେଷ ବର୍ଷର ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ମାମଲାରେ ସ୍ଥାନୀୟ ପୁଲିସ ପକ୍ଷପାତିତା କରିଥିବା ଅଭିଯୋଗ ଉଠାଇଛନ୍ତି ଶେଷ ବବର୍ଷର ଛାତ୍ର। ଏପରିକି ଉଭୟ ଗୋଷ୍ଠି ପକ୍ଷରୁ ପୃଥକ ପୃଥକ ଭାବେ ପୁଲିସରେ ଅଭିଯୋଗ ହୋଇଥିଲା ।

 ଏହି ମାମଲାରେ ସୋମବାର ପୂର୍ବିାହ୍ନରେ ଉଭୟଙ୍କୁ ନେଇ ସରାଙ୍ଗ ପୁଲିସ ଫାଣ୍ଡିରେ ଆପୋଷ ମୁଝାମଣା ହୋଇଥିଲା। ମାତ୍ର ପରଜଙ୍ଗ ପୁଲିସ ଉଦେଶ୍ୟ ମୁଳକ ଭାବେ ଶେଷ ବର୍ଷର ୩ ଜଣ ଛାତ୍ରଙ୍କୁ ପରଜଙ୍ଗ ଥାନାରେ ଅଟକ ରଖିଛି। ଏପରିସ୍ଥଳେ ଶେଷ ବର୍ଷର ଶତାଧିକ ଉତ୍ୟକ୍ତ ଛାତ୍ର ପ୍ରଥମେ କଲେଜ ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଇଥିଲେ। ତଥାପି ପୁଲିସ ପଦକ୍ଷେପ ନ ନେବାରୁ  ଉତ୍ତେଜନା ବଢିବାରେ ଲାଗିଛି। ପରେ ଛାତ୍ରମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇଦେଇଥିବା ଜଣାପଡିଛି। ଏପଟେ ଉତ୍ୟକ୍ତ ଛାତ୍ରମାନେ ଫାଟକ ସମ୍ମୁଖରେ ସମୁହ ଗଣଧାରଣା ଦେଇ ନିରପେକ୍ଷ ତଦନ୍ତ ସାଙ୍ଗକୁ ଅଟକ ଶେଷ ବର୍ଷର ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଅଡି ବସିଛନ୍ତି।

   Related Posts