ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ : ଅଟକ ଅଭିଯୁକ୍ତଙ୍କୁ ଖଲାସ ଦାବିରେ ଧାରଣା ଓ ଢେଲାପଥର ମାଡ, ପୋଲିସର ଲାଠି ଚାର୍ଜ

Published By : Prameya-News7 Bureau | August 23, 2020 IST

ସାନଖେମୁଣ୍ଡି ୨୩।୦୮: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆଗରେ ଉତ୍ତେଜନା। ସ୍ଥିତି ସୁଧାରିବାକୁ ପୋଲିସର ଲାଠି ଚାଳନା । ୫ ଅଭିଯୁକ୍ତଙ୍କୁ ଛାଡ଼ିବା ଦାବିରେ ଆଜି ଥାନା ଘେରାଉ କରାଯାଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କୋଳିଦାଶପୁର ଗାଁର ଘଟଣା ।

{"id":318838,"sizeSlug":"large"}

ସୂଚନାଯୋଗ୍ୟ ଯେ,  ସ୍ଥାନୀୟ ବାଲି ଘାଟରେ କିଛି ଗାଡ଼ିକୁ ଦୁର୍ବୃତ୍ତ ଜାଳିଦେଇଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ଆଧାର କରି ଗତକାଲି ରାତିରେ କୋଳିଦାଶପୁର ଗାଁର ୫ ଜଣ ବ୍ୟକ୍ତିଙ୍କୁ ଉଠାଇ ଆଣିଥିଲା ପୋଲିସ ।

{"id":318839,"sizeSlug":"large"}

ଯେଉଁ ମାନଙ୍କୁ ଛାଡ଼ିବା ପାଇଁ ଆଜି ଶତାଧିକ ଗ୍ରାମବାସୀ ହିଞ୍ଜିଳି ଥାନା ଘେରାଉ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ପାଟପୁର ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.