ପରକୀୟ ପ୍ରୀତି ପ୍ରସଙ୍ଗରେ ଫସିଗଲେ ମୁଖିଆ: ଥାନା ଘେରିଲେ ଗ୍ରାମବାସୀ
1/01/2021 at 6:55 PM

ହିଞ୍ଜିଳି୧/୧: ହିଞ୍ଜିଳି ଥାନା ଘେରିଲେ ଉତ୍ତ୍ୟକ୍ତ କାଞ୍ଜିଆମା ଗ୍ରାମବାସୀl ଜଣେ ଜନୈକ ମହିଳା ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକଙ୍କ ସହ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଗାଁ କମିଟି ତାହାର ନିଷ୍ପତ୍ତି ଶୁଣାଇଥିଲା। ଏହି ଘଟଣାରେ ସଂପୃକ୍ତ ମହିଳା ଓ ଯୁବକଙ୍କ ଜରମାନା ଦେବାକୁ କହିଥିଲା। ହେଲେ ମହିଳା ଜଣଙ୍କ ଜରିମାନା ଦେବା ବଦଳରେ ଥାନାର ଦ୍ବାରସ୍ଥ ହୋଇଥିଲେ। ଏ ନେଇ ପୁଲିସ ଗାଁ ମୁଖିଆଙ୍କ ଥାନାକୁ ଡାକିଥିଲେ। ଏହି ଘଟଣା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଶହ ଶହ ମହିଳା ଏବଂ ପୁରୁଷ ଏକାଠି ହୋଇ ହିଞ୍ଜିଳି ଥାନା ଘେରାଉ କରିଥିଲେ। ପରବର୍ତ୍ତୀ ସମୟରେ ପୁଲିସର ଆପୋଷ ବୁଝାମଣା ପରେ ଗ୍ରାମବାସୀ ଘଟିଥିଲେ।
Related Posts
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021
ତାଲାପଦରରେ ନିର୍ମଣାଧିନ ବ୍ରିଜ୍ ଭୁଶୁଡିବା ଘଟଣା, SDO ଅସୀତ ପାତ୍ର ଗିରଫ
17 January 2021