ଗୁଣୁପୁର ପଞ୍ଚାୟତ ସମିତି ବୈଠକରେ ଗଣ୍ଡଗୋଳ, ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟଙ୍କ ମଧ୍ୟ ମାରପିଟ
21/08/2019 at 3:51 PM

ଗୁଣପୁର ୨୧।୮: ଗୁଣୁପୁର ପଞ୍ଚାୟତ ସମିତି ବୈଠକରେ ହାତାହାତି। ଜିଲ୍ଲା ପରିଷଦ ସଭ୍ୟ ଅଶ୍ବିନୀ ଗମାଙ୍ଗ ଓ ସମିତି ସଭ୍ୟ ଶ୍ରୀଧର ଶବରଙ୍କ ମଧ୍ୟରେ ମାରପିଟ ହୋଇଛି । କୋରମ ଅଭାବ ପରେବି ବୈଠକ କିଭଳି ହେଉଛି ବୋଲି ପ୍ରଶ୍ନ କରିଥିଲେ ଶ୍ରୀଧର। କୋରମ ଅଭାବରୁ ଅଧାରୁ ଅଟକିଛି ବୈଠକ। ବିଧାୟକଙ୍କ ଉପସ୍ଥିତରେ ହଟ୍ଟଗୋଳ ହୋଇଥିବା ଜଣାପଡିଛି ।

ସଂଖ୍ୟାଧିକ ପ୍ରତିନିଧି ଆଜିର ବୈଠକକୁ ବର୍ଜନ କରିଥିବା ବେଳେ ହାତ ଗଣତି କେତେକ ସଦସ୍ୟଙ୍କୁ ନେଇ ବୈଠକ ଅନୁଷ୍ଠିତ ହେଉଥିବାରୁ ଉକ୍ତ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ପ୍ରଥମେ ନବ ନିର୍ବାଚିତ ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ସମ୍ବର୍ଦ୍ଧନା ଜଣାଇବା ପରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।