ମଦ ପାଇଁ ଗଣ୍ଡଗାେଳ, ୧୫ଜଣଙ୍କ ସଂଘବଦ୍ଧ ଆକ୍ରମଣରେ ୨ଜଣ ଗୁରୁତର

Published By : Prameya-News7 Bureau | October 27, 2020 IST

ଗଞ୍ଜାମ ୨୭।୧୦: ମଦ ପାଇଁ ମହାଭାରତ । ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ାରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି । ଘଟଣାରେ ୨ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଭାଟକୁମରଡ଼ା ଗାଁରେ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହୋଇଛି । ୨ଜଣ ଯୁବକଙ୍କୁ ୧୫ରୁ ଅଧିକ ଲୋକ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯାହାଫଳରେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ସୁବାସ ପଣ୍ଡା ଓ ରଞ୍ଜନ ସାହୁ ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.