ଟିକେଟ୍ ପାଇଁ ନବୀନ ନିବାସ ସମ୍ମୁଖରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

Published By : Prameya-News7 Bureau | March 26, 2019 IST

ଭୁବନେଶ୍ବର ୨୬|୩ : ଟିକେଟ୍ ପାଇଁ ନବୀନ ନିବାସ ସମ୍ମୁଖରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ବିରୋଧୀ ଗୋଷ୍ଠୀଙ୍କୁ ପିଟିଛନ୍ତି ସମର୍ଥକ ଗୋଷ୍ଠୀ । ପ୍ରମୋଦଙ୍କୁ ଟିକେଟ୍ ଦେବାକୁ ସମର୍ଥକଙ୍କ ଦାବି ହୋଇଛି । ନିଆଳି ନିର୍ବାଚନମଣ୍ଡଳୀର ବିଧାୟକ ପ୍ରମୋଦ ମଲ୍ଲିକ ଦୁଇ ଦୁଇ ଥର ବିଧାୟକ ରହିସାରିଥିବାବେଳେ ତୃତୀୟ ଥର ବିଧାୟକ ପାଇଁ ଟିକେଟ୍ ଲବି କରୁଛନ୍ତି ପ୍ରମୋଦ ମଲ୍ଲିକ । ସେପଟେ ଟିକେଟ୍ ଆଶାୟୀ ତୃପ୍ତି ରଞ୍ଜନ ବେହେରାଙ୍କ ସମର୍ଥକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି ।

ଗତ କିଛି ଦିନ ହେଲା ନବୀନ ନିବାସ ସମ୍ମୁଖରେ ଆଶାୟୀମାନେ ଭିଡ ଜମାଇଥିଲେ । ଟିକେଟ୍ ପାଇଁ ଆଶାରେ ଆସୁଥିଲେ ଆଶାୟୀମାନେ । ମାତ୍ର ବର୍ତ୍ତମାନ ସେଠାରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.